Indus Valley Times

୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

 Breaking News

୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
June 26
17:57 2025

ଜଗତସିଂହପୁର, ୨୬/୬ : ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଆକାଉଣ୍ଟାଣ୍ଟ। ତାଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ସେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି।
ଗୃହ ନିର୍ମାଣ ପାଇଁ ଉକ୍ତ ଶିକ୍ଷକଙ୍କ ନାଁରେ ଅଗ୍ରୀମ ଦେଢ଼ ଲକ୍ଷ ଟଙ୍କା ଆସିଥିଲା। ସରକାରଙ୍କ ତରଫରୁ ଯୋଗ୍ୟ କର୍ତ୍ତୃପକ୍ଷ ତାଙ୍କ ନାଁରେ ଏହି ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ବିଲ୍ କରି ଅଗ୍ରୀମ ଟଙ୍କା ପ୍ରଦାନ କରିବା ପାଇଁ ବିଇଓଙ୍କ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ ଏହି ଶିକ୍ଷକଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।
ଅନ୍ୟକୌଣସି ଉପାୟ ନପାଇ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତା’ପରେ ଯୋଜନା ଅନୁଯାୟୀ ଶିକ୍ଷକ ଜଣଙ୍କ ଆଜି ବିଇଓଙ୍କ ଅଫିସରେ ଆକାଉଣ୍ଟାଣ୍ଟଙ୍କୁ ଭେଟି ୫୦୦୦ ଟଙ୍କା ଦେଇଥିଲେ। ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ ଲାଞ୍ଚ ଅର୍ଥ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଶ୍ରୀ ସ୍ୱାଇଁଙ୍କୁ ଧରିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
ଏହି ଘଟଣା ନେଇ କଟକ ଭିଜିଲାନ୍ସ ପିଏସ୍‌ରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031