Indus Valley Times

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇଟି ପ୍ରକଳ୍ପ ଜରିଆରେ ରାଜ୍ୟରେ ସୃଷ୍ଟି ହେବ ୮୪୫୦ ନିଯୁକ୍ତି

 Breaking News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇଟି ପ୍ରକଳ୍ପ ଜରିଆରେ ରାଜ୍ୟରେ ସୃଷ୍ଟି ହେବ ୮୪୫୦ ନିଯୁକ୍ତି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇଟି ପ୍ରକଳ୍ପ ଜରିଆରେ ରାଜ୍ୟରେ ସୃଷ୍ଟି ହେବ ୮୪୫୦ ନିଯୁକ୍ତି
June 26
18:39 2025

ଭୁବନେଶ୍ୱର, ୨୬/୬ : ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍ଟିାଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଲୋକସେବା ଭବନଠାରେ ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍ଟିିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ୨,୧୦୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେବ । ଯାହାର ୫୨ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ରହିବ ଏବଂ ଏହି ପ୍ରକଳ୍ପ ଜରିଆରେ ୩,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ସେହିପରି ୧୬,୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଉନ୍ନତିକରଣ କାର୍ଯ୍ୟପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନରେ ପହଁଚିବ ।
ଏହା ଦ୍ୱାରା ପ୍ରାୟ ୫ ହଜାର ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଜେ.ଏସ୍.ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍ ର ପ୍ରେସିଡେଣ୍ଟ ଅନିଲ କୁମାର ସିଂ ଏବଂ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ର ବିଜିନେସ ହେଡ୍ ସନ୍ଦିପ ଜୟସ୍ୱାଲ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ହୋଇଥିଲା।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ।
ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହିତ ସହଭାଗୀତା ଭିତ୍ତିରେ କାର‌୍ୟ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି ।
ଗୋପାଳପୁର ବନ୍ଦର ଲିମିଟେଡ୍ (Adani Ports) ଏବଂ ଜେ.ଏସ୍.ଡବ୍ଲୁ ଷ୍ଟିଲର ସହାଭାଗିତାରେ ବନ୍ଦର ଭିତ୍ତିକ ବିକାଶ (Port Led Development) କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି ହେବ ଏବଂ ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮,୪୫୦ ନିଯୁକ୍ତି ସୃଷ୍ଟି ହେବ।
ଅନ୍ୟପକ୍ଷରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ, ଓଡ଼ିଶାର ସାମଗ୍ରିକ ବିକାଶରେ ବନ୍ଦର ଓ ଜେଟି ଉନ୍ନତିକରଣର ଏକ ପ୍ରମୁଖ ଭୂମିକା ରହିଛି ।
ଓଡିଶାର ସୁଦୀର୍ଘ ଉପକୂଳରେ ଅନେକ ସମ୍ଭାବିତ ସ୍ଥାନକୁ ନିରୂପିତ କରାଯାଇ ସେଠାରେ ଅଣ-ବୃହତ୍ତ ବନ୍ଦର, ଜେଟି, ମତ୍ସ୍ୟ ପୋତାଶ୍ରୟ ତଥା ଉପକୂଳ ପରିବହନ ଓ ଭିତ୍ତିଭୂମିର ବିକାଶ କରିବା ଆମ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ଅଟେ ।
ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡର ଅଧିକାରୀମାନେ ଉପସ୍ଥିତ ଥିଲେ । ଉଷା ପାଢୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ଅତିରିକ୍ତ ସଚିବ ବିଧାନ ରାୟ ଧନ୍ୟବାଦ ଅର୍ପଣ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031