Indus Valley Times

ଗଜପତି:ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

 Breaking News

ଗଜପତି:ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଗଜପତି:ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
June 29
20:43 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯/୬ : ଗଜପତି ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଯୁଗ୍ମ ନିର୍ଦ୍ଦେଶକ ପରିସଂଖ୍ୟାନ ବିଭାଗ ବ୍ରହ୍ମପୁର ଶ୍ରୀ କୁଳମଣୀ ରାଉତ ଓ ସହକାରୀ ଉପନିର୍ଦ୍ଦେଶକ ପରିସଂଖ୍ୟାନ ବିଭାଗ ଗଜପତି ଶ୍ରୀ ପ୍ରକାଶ ରାଉତ ଓ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଶାସିତ ମହାବିଦ୍ୟାଳୟ ଅର୍ଥନୈତିକ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଥିଲେ।
ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ସାମାଜିକ , ଅର୍ଥନୈତିକ ଢାଞ୍ଚା ଓ ନୂତନ ନୀତି ପ୍ରସ୍ତୁତ କରିବାରେ ପରିସଂଖ୍ୟାନର ମହତ୍ତ୍ବ ସମ୍ପର୍କରେ ସଚେତନତା ପ୍ରସାର ଆଣିବା ।
ସେଥିପାଇଁ ପ୍ରତିବର୍ଷ ଜୁନ ୨୯ ତାରିଖକୁ ‘ଜାତୀୟ ପରିସଂଖ୍ୟାନ ଦିବସ’ ପାଳନ କରାଯାଉଛି।
ସ୍ବାଧୀନ ଭାରତର ପ୍ରଥମ ଯୋଜନା ଆୟୋଗର ସଦସ୍ୟ ତଥା ଜାତୀୟ ପରିସଂଖ୍ୟାନ ପ୍ରତିଷ୍ଠାତା ସ୍ବର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ\’ଙ୍କ ସ୍ମୃତିରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇ ଆସୁଛି।
ଭାରତୀୟ ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ମହାଲାନୋବିସ ପ୍ରଶିକ୍ଷଣରେ ଜଣେ ପଦାର୍ଥ ବିଜ୍ଞାନୀ , ଜଣେ ପରିସଂଖ୍ୟାନ ବିତ୍ତ୍ ଓ ଜଣେ ଯୋଜନା ପ୍ରସ୍ତୁତକାରୀ ଥିଲେ। ଦେଶର ପରିସଂଖ୍ୟାନ ଓ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ୨୦୦୭ ମସିହାରୁ ତାଙ୍କ ଜନ୍ମ ଦିବସକୁ ପ୍ରତି ବର୍ଷ ଜୁନ୍ ୨୯ ତାରିଖକୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରାଯାଉଛି।
ଏହି ଅବସରରେ ଜାତୀୟ ପ୍ରଗତିରେ ସରକାରୀ ପରିସଂଖ୍ୟାନର ଭୂମିକାକୁ ଲୋକଲୋଚନକୁ ଆଣିବା ଲାଗି ସେମିନାର , ଆଲୋଚନାଚକ୍ର ଓ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ ଆସୁଛି। ପରିସଂଖ୍ୟାନ ଅଧ୍ୟୟନ କରିବା ଓ ଦୈନନ୍ଦିନ ଜୀବନର ବିଭିନ୍ନ ପ୍ରସଙ୍ଗରେ ତାହାକୁ ପ୍ରୟୋଗ କରିବା ଲାଗି ଏହି ଦିବସ ଯୁବ ପିଢ଼ିକୁ ପ୍ରେରଣା ଯୋଗାଇଥାଏ। ସେହିପରି ଏହି ଦିବସ ପାଳନ ଦ୍ବାରା ଦେଶର ବିଭିନ୍ନ ଯୋଜନା ଯଥା – କୃଷି ସମ୍ପର୍କିତ ରିପୋର୍ଟିଂ, ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା , ମୂଲ୍ୟ ନିର୍ଦ୍ଧାରଣ , ଜାତୀୟ ନମୁନା ସର୍ବେକ୍ଷଣ , କୃଷି ଜନଗଣନା ଓ କ୍ଷୁଦ୍ର ଜଳସେଚନ ଗଣନା ଇତ୍ୟାଦି ବିଭାଗର ଦ୍ଵାରା କରାଯାଇଥାଏ।
ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦଳେଇ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପରିସଂଖ୍ୟାନ ବିଭାଗ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031