Indus Valley Times

ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂରତି, ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ

 Breaking News

ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂରତି, ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ

ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂରତି, ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ
July 05
19:48 2025

ପୁରୀ, ୫/୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବିଦାୟ ନେଲେ ତିନି ଠାକୁର । ନବ ଦିନାତ୍ମକ ମାନବୀୟ ଲୀଳା ସାରି ଏବେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ, ଖୋଳ ତାଳ, ହରିବୋଲ ଏବଂ ହୁଳିହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ । ଶରଧାବାଲିରୁ ବଡ଼ଦାଣ୍ଡକୁ ଗଡ଼ିଛି ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ ।
ରଥଯାତ୍ରା ଦିନ ଯେଉଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହାର ପୁନରାବୃତ୍ତି ହୋଇ ନାହିଁ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ, ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି ଓ ଡୋର ଲାଗି ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା ।
ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ସୁରୁଖରେ ସମ୍ପାଦିତ ହେବା ପରେ ଖେଚୁଡ଼ି ଭୋଗ ଖାଇ ଗୁଣ୍ଡିଚା ମନ୍ଦିରରୁ ବିଦାୟ ନେଇଥିଲେ । ପର‌୍ୟ୍ୟାୟ କ୍ରମେ ଶ୍ରୀବିଗ୍ରହମାନଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେରେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିବାବେଳେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହଲି ହଲି ଝୁଲି ଝୁଲି ନନ୍ଦିଘୋଷରେ ବିରାଜମାନ ହୋଇଥିଲେ ।
ଚଳନ୍ତି ପ୍ରତିମା ରାମକୃଷ୍ଣ ଏବଂ ଶ୍ରୀମଦନମୋହନ ପହଣ୍ଡି ହୋଇଥିଲା । ଏହାପରେ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାମଜାନରେ ବିଜେ କରିଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ଗଜପତି ମହାରାଜା ବଳଭଦ୍ରଙ୍କ ତାଳଧ୍ୱଜରେ ଛେରା ପହଁରା କରିଥିଲେ । ପରେ ଦର୍ପ ଦଳନ ଏବଂ ନନ୍ଦିଘୋଷ ରଥରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ପରେ ପରେ ଚାରମାଳ ଫିଟା ଓ ଘୋଡ଼ା ଲାଗିଥିଲା। ଏହାପରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ପରେ ମା’ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ଗଡ଼ିଥିଲା ।
ସେପଟେ ପୋଡ଼ ପିଠା ଖୁଆଇବାକୁ ମାଉସୀ ମା ଅଧିର ହେଲେଣି । ପୋଡ଼ ପିଠା ପ୍ରସ୍ତୁତ ହୋଇ ରହିଛି । ମାଉସୀ ମା ମନ୍ଦିର ନିକଟରେ ପୋଡ଼ ପିଠା ଭୋଗ ଲାଗି ହେବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31