Indus Valley Times

ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମାଛ ଜାଆଁଳ ପ୍ରଜନନ ପାଇଁ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ

 Breaking News

ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମାଛ ଜାଆଁଳ ପ୍ରଜନନ ପାଇଁ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ

ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମାଛ ଜାଆଁଳ ପ୍ରଜନନ ପାଇଁ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ
July 09
21:45 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୭: (ବୁଧବାର) ରାତି ୮ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ଫାର୍ମ ଠାରେ ମତ୍ସ୍ୟ ପ୍ରଜନନ ପାଇଁ ଟିକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବଣୁଆ, ସାଂସଦ ଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରି ତାକାନ୍ତି ବଳିୟାର ସିଂହ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ପ୍ରଥମ ପର୍ଯ୍ୟାୟ ରେ ୬୦ କେଜି ଭାକୁଡ ମାଛକୁ ଜାଆଁଳ ପ୍ରଜନନ ପାଇଁ ଟିକା କରଣ କରାଯାଇଥିଲା । ଏହି ଟିକକରଣ ୩ /୪ ଟି ପର୍ଯ୍ୟାୟରେ କରାଯିବ ।
ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ବୈଷୟିକ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ମସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31