Indus Valley Times

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ତିଦ୍ଧତ ସୀମା ପୁଲିସ-୪୧ ବାଟାଲିୟନ ତରତୁଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କଲେ

 Breaking News

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ତିଦ୍ଧତ ସୀମା ପୁଲିସ-୪୧ ବାଟାଲିୟନ ତରତୁଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କଲେ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ତିଦ୍ଧତ ସୀମା ପୁଲିସ-୪୧ ବାଟାଲିୟନ ତରତୁଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କଲେ
July 15
11:48 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୫/୭ : ସୋମବାର ପୂର୍ବାହ୍ନରେ ଭାରତ ସରକାରଙ୍କ ମାନ୍ୟବର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ବିକ୍ରମ ନଗର, ତରତୁଆ ସ୍ଥିତ ଭାରତ ତିଦ୍ଦତ ସୀମା ପୋଲିସ,୪୧ ବାଟାଲିୟନ ପରିସରରେ ବହୁ ଉପେକ୍ଷିତ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ ଉଦ୍ଘାଟନ କରି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ।
ପରିସରରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ଅଭିଭାଷଣରେ ମାନ୍ୟବର ଶିକ୍ଷାମନ୍ତ୍ରୀ କହିଲେ ଯେ ଓଡ଼ିଶାରେ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଭାବେ ଖୋଲା ହେଲା । ଓଡ଼ିଶାରେ ସମୁଦାୟ ୭୫ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି।
କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟାଳୟକୁ ସବୁ ଉପଖଣ୍ଡରେ ଖୋଲାଯାଇ କେନ୍ଦ୍ର ସରକାରଙ୍କ ୨୦୨୦ଶିକ୍ଷା ନୀତିକୁ ବିସ୍ତାର କରି ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରାଯିବ ବୋଲି ପ୍ରଚେଷ୍ଟା ଜାରି ରହିଛି।
ସେ କହିଥିଲେ ୧୮୩୫ ମସିହାରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ମ୍ୟାକ ଲିୟନ୍ ଭଳି ବ୍ରିଟିଶ ଶାସକ ମାନେ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। କେନ୍ଦ୍ର ସରକାରଙ୍କ ୨୦୨୦ ଶିକ୍ଷାନୀତି, ଶିକ୍ଷାର ବିକାଶ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଖୋର୍ଦ୍ଧାର ଇତିହାସ ଅନେକ ସୁଦୂରପ୍ରସାରି। ଶିକ୍ଷା ପ୍ରାରମ୍ଭିକ ବର୍ଷ ୧ ରୁ ୫ ପର୍ଯ୍ୟନ୍ତ ଆଞ୍ଚଳିକ ମାତୃଭାଷାରେ ହେବା ଦରକାର। ପରେ ହିନ୍ଦୀ, ଇଂରାଜୀ, ଶିକ୍ଷା ଗ୍ରହଣ କରିବା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ଦୃତ ବିକାଶ ଘଟିଥାଏ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ଶିକ୍ଷା, ଉଦ୍ୟୋମିତା ଶିକ୍ଷା,ପି ଏମ ଶ୍ରୀ ସ୍କୁଲ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ବିକଶିତ ଓଡ଼ିଶା ୨୦୩୬ ଭିଜନକୁ ସାକାର କରିବାକୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ ଭୁବନେଶ୍ୱର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି ଓଡ଼ିଶାରେ କାର୍ଯ୍ୟନ୍ୱୟନ କରିବାରେ ଅଛି। ଆଇ ଟି ବି ପି କ୍ୟାମ୍ପସରେ ଆଜି ଯେଉଁ ୫ ଏକର ଜମିରେ ୩୦ କୋଟି ବ୍ୟୟ ଅଟକଳରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶିଳାନ୍ୟାସ କଲେ ତାହା ଆଇ ଟି ବି ପି ପିଲାମାନଙ୍କୁ ଏବଂ ଖୋର୍ଦ୍ଧାର ତରତୁଆ ଅଞ୍ଚଳ ଓ ସହରର ସମସ୍ତ ପିଲାମାନଙ୍କୁ ଏଠାରେ ଆଧୁନିକ କୌଶଳରେ ପାଠ ପଢିବା ନିମନ୍ତେ ପିଲାମାନେ ଭରପୁର ସୁଯୋଗ ପାଇବେ ।
ଶିକ୍ଷାଦାନ ମହତ ଦାନ ଅଟେ, ରାଜନୀତିର ଆଧାର ବିକାଶ ଅଟେ। ବର୍ତ୍ତମାନ ଓଡ଼ିଶାକୁ ସମଗ୍ର ଦେଶରେ ଶୀର୍ଷରେ ପହଞ୍ଚାଇବା ପାଇଁ ରାଜଧାନୀ ଅଞ୍ଚଳରେ ୧୧୧ କିମି ରିଙ୍ଗରୋଡ ୬୦୦୦ କୋଟି ବ୍ୟୟ ଅଟକଳରେ ପ୍ରସ୍ତୁତ ହେଉଅଛି। ସେହିପରି ଖୋର୍ଦ୍ଧା ବାଇପାସ୍ ରୋଡ ୧୫୭ କୋଟି ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲୁଅଛି ଯାହା ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନା ଗମନର ଦୃତ ବିକାଶ ପାଇଁ ମାଇଲ ଷ୍ଟୋନ ସଦୃଶ ଅଟେ ବୋଲି ଅଭିଭାଷଣ ରଖିଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ କହିଲେ ଯେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଜିଲ୍ଲା ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ହେବା ବୁଦ୍ଧିଜୀବୀ ମାନଙ୍କର ଆଶା ଥିଲା। ଆଜି ଆଇ ଟି ବି ପି , କ୍ୟାମ୍ପସରେ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଶିଳାନ୍ୟାସ ଓ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍ଘାଟନ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଏକ ଆକୃଷ୍ଟ ଓ ଆଦର୍ଶ ଶୈଖିକ କ୍ଷେତ୍ରରେ ସୃଷ୍ଟି କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତରେ ଖୋର୍ଦ୍ଧା ଜିଲ୍ଲା ଏକ ମୁଖ୍ୟ ଅଙ୍ଗ ହୋଇ ଛିଡା ହେବ ଏହା ନିଶ୍ଚିତ ଭାବେ କୁହାଯାଇପାରେ।
ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୨୦ କେନ୍ଦ୍ରୀୟ ଶିକ୍ଷା ନୀତି ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଶିକ୍ଷା ନୀତି ମାନବ ସମ୍ବଳକୁ ସୁବିନିଯୋଗ କରିବାସହ ଶକ୍ତିଶାଳୀ କରିବା ପାଇଁ ଶିକ୍ଷା ବ୍ୟବସ୍ଥାର ସମସ୍ତ ରଣନିତିକୁ ସୁଦୃଢ କରାଯାଉଛି ଯାହା ଜୀବନକୁ ଆନନ୍ଦ, ସରସ ସୁନ୍ଦର କରି ଏକ ଉତ୍କର୍ଷ ମାନର ଜୀବନଶୈଳୀ ସୃଷ୍ଟି କରି ପ୍ରକୃତିକୁ ସୁରକ୍ଷା ଦେବ।
ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ସହରର ଓ ଆଇ ଟି ବି ପି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ ବୋଲି ଉତ୍ଥାପନ କରି ଏହାର ସୁଯୋଗ ନେବାକୁ ଆହ୍ଵାନ ଦେଇଥିଲେ।
ଶେଷରେ ୪୧ ଆଇ ଟି ବି ପି ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ନରେନ୍ଦ୍ର ସିଂହ ଧନ୍ୟବାଦ୍ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ଚାରା କୁଣ୍ଡ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ମୁଖ୍ୟ ଅତିଥି ପ୍ରଥମେ ଶହୀଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ନୂତନ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ସହ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଶୈକ୍ଷିକ ଆଲୋଚନା କରିଥିଲେ।
ପରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଶିଳାନ୍ୟାସ ଭୂମି ପୂଜନରେ , ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ,ମାନ୍ୟବର ବିଧାୟକ , ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଙ୍କ ସହ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଶାଗରିକା ନାଥ, ଉପାୟୁକ୍ତ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ , ଭୁବନେଶ୍ୱର ଶାଖା, ଡ. ଶିହରଣ ବୋଷ ମଞ୍ଚାସୀନ ଥିଲେ କ୍ଷ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା,ବି ଡି ଓ, ଖୋର୍ଦ୍ଧା ଶ୍ରୀ ଖିରାଦ୍ଵି ତନୟା ସାହୁ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ପ୍ରଧାନ ଟୁଲିଆମା, ନିବେଦିତା ପ୍ରଧାନ,ତହସିଲଦାର, ଖୋର୍ଦ୍ଧା, ବିଭାସ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅଧିକ୍ଷଣ ଯନ୍ତ୍ରୀ ଶିବଲାଲ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ,ଆଇ ଟି ବି ପି ଜନ ସମ୍ପର୍କ ଅଧିକାରୀ ଅଚ୍ୟୁତାନନ୍ଦ ବଳ, ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ଵାନା କାକ୍ବାବ,ବରିଷ୍ଠ ରାଜନୈତିକ ନେତ୍ରୁମଣ୍ଡଳୀ ଜିଲ୍ଲା ଭାଜପା ସଭାପତି ଶ୍ରୀ ବିଶ୍ୱ ରଞ୍ଜନ ବଡ଼ଜେନା, କର୍ମକର୍ତ୍ତା ଶ୍ରୀ ନିକୁଞ୍ଜ ପଟ୍ଟନାୟକ,ଶ୍ରୀ ଦିଲ୍ଲୀପ କୁମାର ହୋତା, ବିଭିନ୍ନ ପଂଚାୟତ ଓ ପୌର ପରିଷଦ ଜନ ପ୍ରତିନିଧି,ଆଇ ଟି ବି ପି ଅଭିଭାବକ, ଛାତ୍ରଛାତ୍ରୀ,ସହରର ବୁଦ୍ଧିଜୀବୀ,ଜନସାଧାରଣ,ଆଇ ଟି ବି ପି ଷ୍ଟାଫ୍, ପୋଲିସ ଅଧିକାରୀ ଓ କର୍ମଚାରୀ, ପାନୀୟଜଳ, ସ୍ଵାସ୍ଥ୍ୟ, ଅଗ୍ନିଶମସେବା,ଗଣ ମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031