Indus Valley Times

ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବକ୍ତବ୍ୟ

 Breaking News

ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବକ୍ତବ୍ୟ

ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବକ୍ତବ୍ୟ
July 20
21:05 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୨୦/୭ : ‎ସର୍ବ ପ୍ରଥମେ ଜୁଲାଇ୨ତାରିଖ ଅପରାହ୍ନ ରେ ବାଲେଶ୍ୱର ଡାକ ବଙ୍ଗଳା (circuit House) ରେ ଥିବାବେଳେ ସୌମ୍ୟାଶ୍ରୀ ଓ ତାର ସାଥୀ ମାନେ ଏହି ଘଟଣା ବିଷୟରେ ମୋତେ ଜଣାଇଥିଲେ । ।
ମୁଁ ଅଧକ୍ଷଙ୍କୁ ଫୋନ୍ ଯୋଗେ କଥା ହୋଇ ସୌମ୍ୟାଶ୍ରୀ ପରୀକ୍ଷା ରେ ବସିବା ପାଇଁ ବ୍ୟବସ୍ଥା କଲି । ଏହି ଘଟଣା ରେ ସେ କି ପଦକ୍ଷେପ ନେଇଛନ୍ତି ପଚାରିବାରୁ ସେ ଏକ ICC ଗଠନ କରି ଏହାର ଏହାର ତଦନ୍ତ ଦାଇତ୍ୱ ଦେଇଛନ୍ତି ବୋଲି କହିଲେ ୭ଦିନ ଭିତରେ ଏହି ତଦନ୍ତ ସମାପ୍ତି କରି ତଦନ୍ତ ର ଫଳାଫଳ ଅନୁଯାୟୀ ସଂପୃକ୍ତ ଅଧ୍ୟାପକ ଙ୍କ ବିରୁଦ୍ଧ ରେ ବିଭାଗୀୟ ଓ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଲି ।
ଏହାଛଡା ତଦନ୍ତ ସମାପ୍ତ ହେବା ପର୍ଯ୍ୟନ୍ତ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ (HOD) ଙ୍କୁ ବାଧ୍ୟତା ମୂଳକ ଛୁଟି ଦେଇ କଲେଜ୍ କ୍ୟାମ୍ପସ କୁ ନ ଆସିବା ପାଇଁ ନିର୍ଦ୍ଦେଶ ଦେଲି ।
କାରଣ ତଦନ୍ତ କୁ ତାଙ୍କ ସ୍ବାର୍ଥ ଉଦ୍ୟେଶ ରେ ପ୍ରଭାବିତ କରିବାର ଆଶଙ୍କା ଥିଲା । ଉଲ୍ଲେଖ ଯୋଗ୍ୟ ସେ ଝିଅଟି ୩୦ଜୁନ୍ ଦିନ ଅଧ୍ୟକ୍ଷ ଙ୍କୁ ଦରଖାସ୍ତ ଦେବା ପରେ ୧ଜୁଲାଇ ବେଳକୁ ପାଖାପଖି ୧୦୦ ପିଲା ଝିଅଟିର ଚରିତ୍ର ସଂହାର କରି ଏବଂ ଅଧ୍ୟାପକ ଙ୍କୁ ସମର୍ଥନ କରି ଅଧ୍ୟକ୍ଷ ଙ୍କୁ ଏକ ଦରଖାସ୍ତ ଦେଇଥିଲେ ।
ଝିଅଟିର ଅଭିଯୋଗ ବିଷୟ ରେ ଛାତ୍ର ଛାତ୍ରୀ ମାନେ କିପରି ଜାଣିଲେ ଓ ଏମାନଙ୍କୁ କିଏ ସଂଗଠିତ କରି ଏପରି ଦସ୍ତଖତ ସଂଗ୍ରହ କରାଗଲା ତାହା ଏକ ପ୍ରଶ୍ନବାଚୀ?
‎ଏହାଛଡା ମୁଁ ଗ୍ଦକ୍ଟ୍ର ଙ୍କ ସାଙ୍ଗରେ କଥା ହୋଇଥିଲି ଝିଅଟି FIR ଦେଇ ନଥିବାରୁ ଓ ଅଧକ୍ଷଙ୍କ ରିପୋର୍ଟ ପାଈଁ ଅପେକ୍ଷା କରିଥିବାରୁ ସେ ମଧ୍ୟ ତାଙ୍କ ରିପୋର୍ଟ ଉପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।
ମୁଁ ମଧ୍ୟ ଝିଅକୁ ଏତାଲା ଦେବା ବିଷୟରେ କହିବାରୁ ସେ ପ୍ରିନ୍ସିପାଲ ଙ୍କର ରିପୋର୍ଟ କୁ ଅପେକ୍ଷା କରୁଛନ୍ତି ବୋଲି କହିଥିଲେ।
‎‎ଜୁଲାଇ ୨ତାରିଖ ରୁ ୧୨ ତାରିଖ ମଧ୍ୟରେ ମୋତେ କେହି ଘଟଣା ବିଷୟ ରେ ଅବଗତ କରାଇନଥଲେ ମୁଁ ଏକାଧିକବାର ବାଲେଶ୍ବର ଏସପି ଙ୍କ ସଙ୍ଗେ ଏ ଘଟଣା ସମ୍ପର୍କ ରେ କଥା ହୋଇଥିଲି ।
ଏସପି କହିଥିଲେ ଯେ ଆମ୍ଭେ କହିଥିବା ସତ୍ତ୍ୱେ ସୌମ୍ୟାଶ୍ରୀ FIR ଦେଉନାହାନ୍ତି ଏଵଂ କଲେଜ ରିପୋର୍ଟ କୁ ଅପେକ୍ଷା କରୁଛନ୍ତି ତେଣୁ ଗୋଟେ Autonomous college ଭିତରେ ମାତ୍ରାଧିକ ହସ୍ତକ୍ଷେପ ନକରି ରିପୋର୍ଟ ପାଇବା ପରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
‎‎‎୧୨ ତାରିଖରେ ଘଟଣା ବିଷୟରେ ଜାଣିବା ପରେ ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କ ସାଙ୍ଗେ କଥା ହୋଇଥିଲି ଏହାପରେ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ଆସିଥିଲି।
ଭୁବନେଶ୍ୱର ଏମ୍ସ ର ନିର୍ଦ୍ଦେଶକଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ଏଏଲଏସ ସୁବିଧା ଯୁକ୍ତ ଆମ୍ବୁଲାନ୍ସ ଦ୍ବାରା ସେଠାରେ ଏଡ଼ମିସନ କରାଇ ଚିକିତ୍ସାର ବ୍ୟବସ୍ଥା କରାଇଥିଲି।
ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ତାର ସାଥୀ ଜ୍ୟୋତିପ୍ରକାଶର ଉତ୍ତମ ଚିକିତ୍ସାର ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ନିର୍ଦେଶ ଦେଇଥିଲି। ଏହାପରେ ଜିଲ୍ଲାପାଳ, ଏସପି, ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ସମସ୍ତ ବିଷୟରେ ଆଲୋଚନା କରିଥିଲି।
ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଶାସନିକ କତୃପକ୍ଷଙ୍କ ସହିତ ଆଲୋଚନା କରିବା ସହିତ ମୋତେ ମଧ୍ୟ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଫକୀରମୋହନ ମହାବିଦ୍ୟାଳୟରେ ଏସପି, ଅତିରିକ୍ତ ଏସପି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ସହିତ ଅଧ୍ୟକ୍ଷ ଓ ତଦନ୍ତ କମିଟି ( ICC ) ର ସଦସ୍ୟମାନଙ୍କ ଗହଣରେ ପ୍ରାୟ ୪ଘଣ୍ଟା କାଳ ବସି ସମସ୍ତ କାଗଜପତ୍ର ଯଥା ସୌମ୍ୟାଶ୍ରୀ ଓ ତା ବାପାଙ୍କର ଲିଖିତ ବ୍ୟକ୍ତବ୍ୟ, ଆଇସିସି ର ରିପୋର୍ଟ, ଆଇସିସି ର ତଦନ୍ତ କାଳୀନ ପ୍ରୋସିଡ଼ିଙ୍ଗ ଖାତା ଆଦି କାଗଜପତ୍ର ଭଲଭାବରେ ପଡ଼ି ତନଖି କରି ସେଥିରେ ଥିବା ତୃଟି ବିଚ୍ୟୁତି ଓ ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲି।
ସମସ୍ତ ରେକର୍ଡ ପତ୍ର ଏସପିଙ୍କୁ ସଙ୍ଗେ ସଙ୍ଗେ ସିଜ୍ କରାଇଲି। ଅଧ୍ୟକ୍ଷ ଯେପରି ଭାବରେ ଝିଅଟିକୁ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେଇଥିଲେ ତାହା ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି ଅଧ୍ୟକ୍ଷଙ୍କୁ ସିଧା କହିଥିଲି।
‎‎ଆଇସିସି ସଦସ୍ୟମାନେ ଅନେକ ପରିମାଣରେ ଦାୟୀ କିନ୍ତୁ ପ୍ରିନ୍ସପାଲ୍ ସମ୍ପୁର୍ଣ୍ଣମାତ୍ରାରେ ଦାୟୀ। କାରଣ ଝିଅଟି ଆସିଥିବା ବେଳେ ସେ ତାକୁ ଜଣାଇଥିଲେ ଯେ ତଦନ୍ତ କମିଟି ରିପୋର୍ଟ ତା ବିରୁଦ୍ଧରେ ଯାଇଛି।
ଏଣୁ ସେ ଏକ ମିଛ ରିପୋର୍ଟ କରିଥିବାରୁ ସେ କ୍ଷମା ମାଗି ଦରଖାସ୍ତ କରିଦେଲେ ସମାଧାନ ହୋଇଯିବ, ନହେଲେ କଲେଜ କତୃପକ୍ଷ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି।
ଏଥିରେ ଝିଅଟି ଭୟଙ୍କର ଭାବେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କଲାବୋଲି ମୋର ଦୃଢ଼ ବିଶ୍ୱାସ।
‎‎ଅଭିଯୁକ୍ତ ସମୀର ସାହୁଙ୍କ ଦୋଷ ଘୋଡାଇବା ପାଇଁ ପ୍ରିନ୍ସପାଲ ପ୍ରୟାସ କରୁଥିଲେ କାରଣ ମୁଁ କହିବା ସତ୍ତ୍ୱେ ସମୀର ସାହୁଙ୍କୁ ତଦନ୍ତ ସମୟରେ କଲେଜ୍ କ୍ୟାମ୍ପସ କୁ ଆସିବାକୁ ବାରଣ କରିନଥିଲେ । ବରଂ ୧୨ତାରିଖ ଦିନ ସମୀର ସାହୁ ଓ ସୌମ୍ୟାଶ୍ରୀ ଙ୍କୁ ସାକ୍ଷାତ କରାଇଥିଲେ ।
ଏହି କଥା ପ୍ରଥାମେ ସେ ସ୍ୱୀକାର କରୁଥିଲେ ହେଁ ପରବର୍ତ୍ତୀ ସମୟରେ ମୋର ଜେରା କାରଣରୁ ସ୍ୱୀକାର କରିଥିଲେ ସେ ଠାରେ ସମୀର ସାହୁ ସେ ଝିଅ କୁ ଧମକାଇ ଥିଲେ ବୋଲି ମୋର ସନ୍ଦେହ ହୁଏ।
‎‎ମୁଁ ପ୍ରଥମ ଦିନରୁ ସୌମ୍ୟାଶ୍ରୀ ଏଡମିଶନ ଏବଂ ତାର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ AIIMS ର ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ସହ କଥା ହୋଇଥିଲି ଓ ନିୟମିତ ଭାବରେ ଡାକ୍ତର ମାନଙ୍କ ସହ କଥା ହେଉଥିଲି ।
ଏତଦ୍ ବ୍ୟତୀତ ମୁଁ AIIMS କୁ ଯାଇ ସୂପରିଟେନଡେଣ୍ଟ ଓ ଅନ୍ୟାନ୍ୟ ଡାକ୍ତର ମାନଙ୍କ ସହ ବିସ୍ତାରିତ ଆଲୋଚନା କରିଥିଲି, ୧୦ଜଣ ଡାକ୍ତର ଙ୍କୁ ନେଇ ଗଠିତ ଏକ କମିଟି ଅତ୍ୟନ୍ତ ନିଷ୍ଠା ପୂର୍ବକ ଚିକିତ୍ସା ପରିଚାଳନା କରିଥିବାର ଜାଣି ମୁଁ ଆଶ୍ୱସ୍ତି ହେଲି ।
ମୁଁ ପଚାରିବାରୁ ସୁପରିଟେନଡେଣ୍ଟ ମୋତେ ଜଣାଇଲେ ଯେ ଦିଲ୍ଲୀ AIIMS ର ଆବଶ୍ୟକିୟ ପରାମର୍ଶ ନିୟମିତ ଭାବେ ନିଆଯାଇଛି ,ତାର ଅବସ୍ଥା ରେ ଅତି ସାମାନ୍ୟ ଉନ୍ନତି ଯଥା ପ୍ରଥମ ଥର ପାଇଁ ସେଦିନ ପରିସ୍ରା ହୋଇଥିବାର ଡାକ୍ତର ମାନେ ଜଣାଇଲେ ।
ପ୍ରାୟ ଘଣ୍ଟାଏ ରୁ ଅଧିକ ସମୟ ସୁପରିଟେନଡେଣ୍ଟ ଏବଂ ଅନ୍ୟ ଡାକ୍ତରଙ୍କ ସହ ବସିଲି, ଚିକିତ୍ସାର ବିଭିନ୍ନ ଦିଗନ୍ତ ଉପରେ ଚର୍ଚ୍ଚା କରିବା ସହିତ ତାର ଜୀବନ ବଞ୍ଚାଇବା ପାଇଁ ବ୍ୟାକୁଳ ନିବେଦନ କରିଥିଲି।
‎‎ଘଟଣା ଘଟିବା ପରେ ମୁଁ ସୌମ୍ୟାଶ୍ରୀ ର ଜଣେ ସମ୍ପର୍କୀୟ ଭାଇ ଓ ପାରେ ନିଜ ଭାଇ ସହ କଥା ହୋଇଥିଲି, ପରବର୍ତ୍ତୀ ସମୟରେ ମୁଁ ତାର ମା ଏବଂ ବାପା ଙ୍କ ସହ ମଧ୍ୟ କଥା ହୋଇଥିଲି।

‎ଏହି ଘଟଣାରେ ମୁଁ ଅତିମାତ୍ରାରେ ବିଚଳିତ ଓ ମର୍ମାହତ, ହୃଦୟ ବିଦିର୍ଣ୍ଣ ହେଲା ପରି ଏ ଘଟଣା। ବିଶେଷତଃ ଜୁଲାଇ ୨ ତାରିଖ ଦିନ ପାଖାପାଖି ଘଣ୍ଟାଏ କାଳ ମହାଭାରତର କାହାଣୀ ଇତ୍ୟାଦି କହି ତାକୁ ବୁଝାଇଥିଲି ତାକୁ ଏ ଯୁଦ୍ଧରେ ଜିତିବାକୁ ପଡ଼ିବ। କୌଣସି ପରିସ୍ଥିତିରେ ହାର ମାନିବାର ନୁହେଁ। ଏ ଯୁଦ୍ଧରେ ତା ସହିତ ମୁଁ ଅଛି ଏବଂ ଯେ କୌଣସି ମୁହୂର୍ତ୍ତରେ ଫୋନଟିଏ କଲେ ମୁଁ ପହଞ୍ଚିବି ଏକଥା ତାକୁ ଏବଂ ତାର ସାଥୀ ମାନଙ୍କୁ କହିଥିଲି। ମୋ ନିକଟରୁ ଆସିଲା ବେଳେ ତାର ଆତ୍ମବିଶ୍ବାସ ବଢ଼ିଛି ବୋଲି ମୋର ଅନୁଭବ ହେଲା। ତାର ମା ମଧ୍ୟ ମୋତେ ମୋତେ କହିଲେ ଯେ ଝିଅ ଆପଣଙ୍କଠାରୁ ବାହାରିବା ମାତ୍ରେ ମୋତେ ଜଣାଇଲା ମୋର କୌଣସି ନୈରାଶ୍ୟ ବା ଭୟ ନାହିଁ ନନା ମୋତେ ପୂର୍ଣ୍ଣ ମାତ୍ରାରେ ଭରସା ଦେଇଛନ୍ତି।
‎‎ଯେଉଁମାନେ ନିନ୍ଦା, କୁତ୍ସା, ଅପପ୍ରଚାର ଏବଂ ମିଛ ସହାନୁଭୂତିର ନାଟକ ଦେଖାଇ ଗଣମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଅପପ୍ରଚାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ପରିବାର ଲୋକ ଥାନାରେ ଦେଇଥିବା ଏତଲା ବିଷୟରେ ମୁଁ ଜାଣିବାକୁ ପାଇଲି। ଏହାଛଡା ସେମାନଙ୍କ ପାଖରେ ବୋଧହୁଏ ଆଉକିଛି ଉପାୟ ନଥିଲା। କଳ୍ପନା କରନ୍ତୁ ଗୋଟିଏ ପରିବାରର ଉଚ୍ଚଶିକ୍ଷିତ, ବିଭିନ୍ନ ବିଷୟରେ ପାରଦର୍ଶୀ ଝିଅଟିର ଅସ୍ବାଭାବିକ ଓ ବଡ଼ କଷ୍ଟକର ମୃତ୍ୟୁ ହୋଇଛି ଏହି ସମୟରେ ତାକୁ ଯଦି ମିଛ କହିବା ପାଇଁ ପ୍ରବର୍ତ୍ତା ଯିବ ଓ ଯାବତୀୟ ନିନ୍ଦା ଓ ଅପମାନ ସୂଚକ ମନ୍ତବ୍ୟ ଦ୍ଵାରା ଆଘାତ କରାଯିବ ତାହାକୁ କିପରି ସହିବେ ? ଏହି ହୃଦୟହୀନ ଲୋକମାନଙ୍କୁ ମୋର ନିବେଦନ ସେମାନେ ଅବିଚାରିତ ଆକ୍ରମଣ ବନ୍ଦ କରନ୍ତୁ। ଯଦି ସହାନୁଭୂତି ଦେଖାଇ ପାରୁନାହାଁନ୍ତି ତାହେଲେ ନୀରବ ରହିବା ଉଚିତ୍। ଭୟଙ୍କର କଥା ହେଉଛି ସେମାନଙ୍କୁ ଅଯଥା ଉତ୍ପାଡ଼ିତ କଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଜଣାଇଛନ୍ତି। ତେଣୁ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ମୁଁ ବାଲେଶ୍ଵର ଏସପିଙ୍କୁ ଜଣାଉଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031