Indus Valley Times

ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଦଳରୁ ନିଲମ୍ବିତ

 Breaking News

ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଦଳରୁ ନିଲମ୍ବିତ

July 21
11:41 2025

ଭୁବନେଶ୍ୱର, ୨୧/୭ : ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଉଦିତ ଜଣେ ଛାତ୍ରୀଙ୍କୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇଆ ପିଇବାକୁ ଦେଇଥିଲେ।
ଏହାପରେ ତାଙ୍କୁ ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କ ଦୁଷ୍କର୍ମ କରିଥିଲେ। ଏହାପରେ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଆଧାର କରି ପୋଲିସ ଉଦିତ ପ୍ରଧାନଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଜଣଙ୍କ ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ।
ଏହାପରେ ଉଦିତଙ୍କ ଗାଡ଼ିରେ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ ଉଦିତ୍ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରିବା ପରେ ହୋଟେଲର ଏକ ରୁମରେ ଦୁଷ୍କର୍ମ କରିଥିଲେ।
ଏପରିକି ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏହାପରେ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଷ୍କର୍ମ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୋଲିସ ଉଦିତଙ୍କୁ ଗିରଫ କରି ପଚରାଉଚରା କରୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31