Indus Valley Times

ଗଜପତି : ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ରାଜ୍ୟ ସ୍ତରୀୟରେ ସମ୍ମାନ ପାଇଲା

 Breaking News

ଗଜପତି : ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ରାଜ୍ୟ ସ୍ତରୀୟରେ ସମ୍ମାନ ପାଇଲା

July 30
20:06 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୦/୭: ଭୁବନେଶ୍ବର ସ୍ଥିତ ଲୋକ ସେବା ଭବନ ଠାରେ ଆୟୋଜିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ପର୍ଯ୍ୟାଲୋଚନା କରିବା ପରେ ଉତ୍କୃଷ୍ଟ ଫଳାଫଳ ପାଇଥିବା ଜିଲ୍ଲା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଧୁବାଦ ଜଣାଇବା ସହିତ ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି।
ଏହି କ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ଏମ: ମଧୁମିତାଙ୍କୁ ଚାରିଟି ସମ୍ପୂର୍ଣ୍ଣତା ସୂଚକାଙ୍କ ପୂରଣ କରିବା ପାଇଁ କାଂସ୍ୟ ପଦକ ପ୍ରଦାନ କରା ଯାଇଥିବା ବେଳେ ଗୁମ୍ମା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଲାରାମ ମାରାଣ୍ଡୀଙ୍କୁ ପାଞ୍ଚଟି ସୂଚକାଙ୍କ ପୂରଣ କରିବା ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ଓ ଆର୍.ଉଦୟଗିରି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରୀମନ ଖାରସେଲଙ୍କୁ ତିନିଟି ସୂଚକାଙ୍କ ପୂରଣ କରିବା ପାଇଁ ତାମ୍ର ପଦକ ଦ୍ୱାରା ସମ୍ମାନିତ କରାଯାଇଛି।
ଏହା ସହିତ ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ\’ଙ୍କୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଛି ।
ନୀତି ଆୟୋଗ ଦ୍ୱାରା ୨୦୧୮ରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ପଛୁଆ ଜିଲ୍ଲାମାନଙ୍କ ଗତିଶୀଳ ଓ ସମାନ ବିକାଶ ପଥରେ ଆଣିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ।
ପ୍ରମାଣ ଆଧାରିତ ଡାଟା , ସ୍ଥାନୀୟ ସ୍ତରରେ ପରିଚାଳନା ଓ ଜିଲ୍ଲା ସ୍ତରରେ ମାସିକ ସମୀକ୍ଷା ଏହି କାର୍ଯ୍ୟକ୍ରମର ବୈଶିଷ୍ଟ ।
ଗଜପତି ଜିଲ୍ଲା ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିବା ପରିଲକ୍ଷିତ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ , ପୋଷଣ , ଶିକ୍ଷା ତଥା ସମସ୍ତ ବିଭାଗୀୟ ଯୋଜନା ମାନଙ୍କୁ ସମନ୍ବୟ ସହ ଜନ ସାଧାରଣଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନା ଭିତ୍ତିକ ଲାଭ ଯୋଗାଇବା ପାଇଁ ଚେଷ୍ଟିତ ଥିବା ପରିଲକ୍ଷିତ ହୋଇଛି ।
ସମ୍ମାନ ପାଇବା ପରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା କହିଛନ୍ତି ଯେ , ଏହି ସମ୍ମାନ ଗଜପତି ବାସୀଙ୍କ ଏବଂ ମୋ ଟିମ୍ ର ସମସ୍ତ କର୍ମଚାରୀ , ଆଗଧାଡ଼ି କର୍ମଚାରୀ , ଅଙ୍ଗନୱାଡ଼ି କର୍ମି ଓ ପ୍ରତ୍ୟେକ ସ୍ଥାନୀୟ ଜନପ୍ରତିନିଧି ସଦସ୍ୟଙ୍କ ଅଦ୍ୱିତୀୟ ପ୍ରୟାସ ର ପରିଣାମ।
ଗଜପତି ଜିଲ୍ଲା ବର୍ତ୍ତମାନ ତୀବ୍ର ଗତିରେ ବିକାଶ ହେଉଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ କାର୍ଯ୍ୟଦକ୍ଷତାର ସହ ଆଗକୁ ବଢିବା ପାଇଁ ସମସ୍ତ ପ୍ରୟାସ ଜାରୀରହିଛି ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031