Indus Valley Times

ଟିପିଏନଓଡିଏଲ ପକ୍ଷରୁ ଜେଆରଡି ଟାଟାଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

 Breaking News

ଟିପିଏନଓଡିଏଲ ପକ୍ଷରୁ ଜେଆରଡି ଟାଟାଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

July 31
11:21 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୩୧/୭: ଭାରତ ରତ୍ନ ଶ୍ରୀ ଜେଆରଡି ଟାଟାଙ୍କ ୧୨୧ତମ ଜୟନ୍ତୀ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ପକ୍ଷରୁ ବାଲେଶ୍ୱରର ନୋସି କମର୍ସିଆଲ ସେଣ୍ଟରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଏଥି ସହିତ ଟିପିଏନଓଡିଏଲ ଅଧୀନରେ ଥିବା ସମସ୍ତ ଡିଭିଜନ କାର୍ଯ୍ୟାଳୟରେ ମଧ୍ୟ ଶ୍ରୀ ଜେଆରଡି ଟାଟାଙ୍କ ଜୟନ୍ତୀ ପାଳନ କରାଯାଇଥିଲା।
ଓଡ଼ିଶା ରକ୍ତ ଭଣ୍ଡାର ସହଯୋଗରେ ଏହି ଶିବିର ଆୟୋଜନ କରାଯାଇଥିଲା। ସେଥିରେ ଟିପିଏନଓଡିଏଲ କର୍ମଚାରୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ।
ଶିବିରରେ ସଫଳତାର ସହ ୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ସେବା ଓ ମାନବ ଧର୍ମ ପ୍ରତି ଜେଆରଡି ଟାଟାଙ୍କର ଥିବା ପ୍ରତିବଦ୍ଧତା ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଥିଲା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ସଂସ୍ଥାର ଗଭୀର ସମର୍ପଣ ଭାବକୁ ଦର୍ଶାଇଥିଲା।
ଏହି ଶିବିରରେ ଟିପିଏନଓଡିଏଲର ସିଇଓ ଶ୍ରୀ ଗଜାନନ ଏସ କାଲେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଯାହା ଶିବିରର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲା।
ଏହା କମ୍ପାନିର ଯତ୍ନ, ସଚୋଟତା ଓ ସାମାଜିକ ଦାୟିତ୍ୱବୋଧକୁ ଦର୍ଶାଉଛି। ଏହି ଅବସରରେ ଶ୍ରୀ କାଲେ କହିଥିଲେ ଯେ, ‘ଜେଆରଡି ଟାଟାଙ୍କ ଦୂରଦୃଷ୍ଟି ଓ ଦୟା ଭାବ ଆମକୁ ଅନୁପ୍ରାଣିତ କରିବା ଜାରି ରଖିଛି।
ଟିପିଏନଓଡିଏଲରେ ଆମେ ପ୍ରଭାବଶାଳୀ ଅଭିଯାନ ଜରିଆରେ ସେହି ପରମ୍ପରା ବଜାୟ ରଖିବା ଉପରେ ବିଶ୍ୱାସ କରୁ ଯାହା ଦ୍ୱାରା ସମାଜ ଉପକୃତ ହେଉଛି।
ଏହି ରକ୍ତଦାନ ଶିବିର ସେ ଦିଗରେ ଆଉ ଏକ ଛୋଟ ତଥା ଅର୍ଥପୂର୍ଣ୍ଣ ପଦକ୍ଷେପ।’’
ଏଭଳି ଅଭିଯାନ ଜରିଆରେ ନିଜର ମୂଳ ବିଦ୍ୟୁତ ବଂଟନ ସେବାଠାରୁ ଆଗକୁ ବଢ଼ି ଟାଟାଗ୍ରୁପ ରାଷ୍ଟ୍ର ଗଠନର ମୂଲ୍ୟବୋଧକୁ ବଜାୟ ରଖିଥିବା ବେଳେ ଏହା ସେବା ପ୍ରଦାନ କରୁଥିବା ଅଂଚଳରେ ସକାରାତ୍ମକ ଓ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରୁଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031