Indus Valley Times

ଭାରତୀୟ ଦର୍ଶନରେ ବେଦାନ୍ତ- ପ୍ରେରଣାର ଉତ୍ସ : ସ୍ବାମୀ ଶ୍ୟାମ।ନନ୍ଦ

 Breaking News

ଭାରତୀୟ ଦର୍ଶନରେ ବେଦାନ୍ତ- ପ୍ରେରଣାର ଉତ୍ସ : ସ୍ବାମୀ ଶ୍ୟାମ।ନନ୍ଦ

August 04
20:48 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୪/୮: ସ୍ବାମୀ ଶଙ୍କରାଚାର୍ଯ୍ୟଙ୍କ ମତରେ ଜତୋ ମତ ତତୋ ପଥ। ମଙ୍ଗଳା ଚରଣ,ଅନୁବନ୍ଧ ଚତୁଷ୍ଟାୟ,ଆସ୍ତିକ ନାସ୍ତିକ,ସଡ ଦର୍ଶନ,ପ୍ରକୃତି ପୁରୁଷ, ସାଂଖ୍ୟ ଦର୍ଶନ,ମୀମାଂସା,ଚିତ୍ତ ବୃତ୍ତି ନିରୋଧ ପାଇଁ ଯୋଗ,କୈବଲ୍ୟ ପ୍ରାପ୍ତି ଆମର ଲକ୍ଷ୍ୟ,ସଗୁଣ ନିର୍ଗୁଣ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ ମହଭୂତ, ପଞ୍ଚ ପ୍ରାଣ, ପଞ୍ଚ କୋଷ,ଅନ୍ତ କରଣ ଶୁଦ୍ଧି ଆଦି ବିଷୟରେ ଋଷିକେଶ ରୁ ରାମକୃଷ୍ଣ ମିଶନ ର ସ୍ବାମୀ ଶ୍ୟାମ।ନନ୍ଦ ସରଳ ଭାବେ ବୁଝାଇ କହିଥିଲେ ।
ଥିଙ୍କର୍ସ କ୍ଲବ ର ୧୨୯ ତମ ଆଭ।ସି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗତ କାଲି ସ୍ୱାମୀଜୀ ଶାସ୍ତ୍ର ଅଧ୍ୟୟନ, ଭକ୍ତି ,ଯୋଗ ସର୍ବୋପରି ଭାରତୀୟ ଦର୍ଶନ ରେ ବେଦାନ୍ତ ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପବିତ୍ର ଶ୍ରାବଣ ମାସ ଏବଂ ବିଶ୍ଵ ବନ୍ଧୁତ୍ୱ ଦିବସରେ କାର୍ଯ୍ୟକ୍ରମ କୁ ଜର୍ମାନୀ ରୁ ଡାକ୍ତର ଶିବାଶିଷ ଗିରି ଉଦ୍ଘାଟନ କରି ଥିଲେ । ସଭାକୁ ସଂଯୋଜନା କରି ଥିଙ୍କର୍ସ୍ କ୍ଳବ୍ ସଭାପତି ବରଦା ଦାସ କହିଲେ ଯେ ମନ ର ବ୍ୟବହାର କୁ ବଦଳେଇବା ପାଇଁ ଏହିପରି ସତସଙ୍ଗ ଓ ଜ୍ଞାନ ଚର୍ଚ୍ଚା ର ଜରୁରୀ ଆବଶ୍ୟକତା ରହିଛି ।
କୁଏତ ଓଡ଼ିଆ ସମାଜ ରୁ ବିଶ୍ବରଂଜନ ଦାସ, ପ୍ରସନ୍ନ ଜେନା,ଯୋଗିନୀ ଯୋଗମାୟା,ନିମାଇଁ ସ୍ୱାଇଁ,ଆଭା ଦାସ, ଜ୍ୟୋତି ମିଶ୍ର,ଉମାଶଙ୍କର ମିଶ୍ର ଆଦି ବହୁ ବ୍ୟକ୍ତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ସଭା ର ବୈଷୟିକ ପରିଚାଳନା ଜ୍ୟୋତି ମଲ୍ଲ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031