Indus Valley Times

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ୨୦୨୫

 Breaking News

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ୨୦୨୫

August 08
13:40 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର,୮୭/୮: ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ୨୦୨୫ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୋଇନ କିମ୍ବାକା ଯୋଗଦେଇଥିବା ବେଳେ, ଗୋଷ୍ଟି ଉନ୍ନୟନ ଅଧିକାରୀ ସମ୍ୟକାନ୍ତ ବୋଗାଲ, ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ୍ ମିଶ୍ର, ଯେଇ ଦୁଷ୍ମନ୍ତ କିରସାନି,ଜେଇ ଦେବାଶିଷ ଗୌଡ଼, ଅରୁଣ ସାହୁ, ମଙ୍ଗଳ ଅଧିକାରୀ ଶ୍ରୀତମ ପୂର୍ତ୍ତି,ବି ଏସ ଏସ ଓ ବିକାଶ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଶିବିରରେ ୬୪ଜଣ ଅପଲାଇଁନ ମାଧ୍ୟମରେ ପଞ୍ଜିକରଣ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୫ ଜଣ ବିଶେଷଜ୍ଞ ଡକ୍ଟର ସୁରେସ କୁମାର ଦେଓ, ଚକ୍ଷୁ, ମମତା ଶତପଥୀ ଶିଶୁରୋଗ ବିଶେଷଜ୍ଞ, ସଂଘମିତ୍ରା ପାତ୍ର କର୍ଣ୍ଣ ନାସା, ରଞ୍ଜିତ କୁମାର ସାହୁ ଅସ୍ଥିଶଲ୍ୟ, ଏ ଗୌରୀ ଶଙ୍କର ରାଓ ମେଡିସିନ ଓ ଜଗନ୍ନାଥ ନାୟକ ଫରମ୍ ଅଫିସର୍ ଙ୍କ ସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହି ଯୋଗଦେଇ ଭିନ୍ନକ୍ଷମଙ୍କୁ ଆକ୍ଷୀ, କାନ, ଗୋଡ଼, ଅଣ୍ଟା, ହାତ ଆଦି ପରୀକ୍ଷା କରି ଚିହ୍ନଟ ହିତାଧୀକାରୀଙ୍କୁ ଚିକିତ୍ସା କରିବା ସହିତ ଜନ୍ତ୍ର ପାତି ଓ ପ୍ରମାଣ ପତ୍ର ଦିଆଯିବ ବୋଲି କହିଥିଲେ ।
ଏହି କାର୍ଯ୍ୟମକୁ ପରିଚାଳନା କରିଥିଲେ ବିକାଶ ନାୟକ ନାୟକଙ୍କ ସହ ବ୍ଲକର ସମସ୍ତ କର୍ମ ଚାରି ଗ୍ରାମ ପଞ୍ଚାୟତ କର୍ମ ଚାରି ଉପସ୍ଥିତ ରହି ସହୋଜଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031