Indus Valley Times

ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

 Breaking News

ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

August 12
11:12 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୮ : ସୋମବାର ଅପରାନ୍ହ ୪ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ଗସ୍ତରେ ଥିବା ବେଳେ ଜିଲ୍ଲାପାଳ ବିଭୂତି ଭୁଷଣ ନାୟକ ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।
ପାଣି ଘରା ନିକଟରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପର ଇନଟେକ ଉଏଲ,ଧଳପୁର ନିକଟରେ ଉଦ୍ୟାନ କୃଷି ବିଭାଗର ପାମ୍ ଚାଷ, ପୀତାମ୍ବରପୁର ଠାରେ ମିଶନ୍ ଶକ୍ତି GPLF କୋଠା ପରିଦର୍ଶନ କରିବା ସହ ପୁରୁଣା କଟକ ଠାରେ ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ,ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଯୋଗେନ୍ଦ୍ର ମହାପାତ୍ର ଓ ପୁରୁଣା କଟକ ସରପଞ୍ଚ ଅଶୋକ କୁମାର ସେଠୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930