Indus Valley Times

ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସଚିବଙ୍କ ଗୁଣପୁର ଗସ୍ତ

 Breaking News

ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସଚିବଙ୍କ ଗୁଣପୁର ଗସ୍ତ

ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସଚିବଙ୍କ ଗୁଣପୁର ଗସ୍ତ
August 18
21:01 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଗୁଣପୁର,୧୮/୮ : ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ଗୁଣପୁର ଓ ପଦ୍ମପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ।
ସଚିବ ଶ୍ରୀ ଗିରିଶ ଗୁଣପୁର ପହଁଚି ପ୍ରଥମେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପ୍ରିଦର୍ଶନ କରି ରୋଗୀଙ୍କ ସହ ସ୍ୱାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ ।
ଡାକ୍ତର ମାନଙ୍କ ସହ ଚିକିତ୍ସାଳୟର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଖିଥିଲେ ।
ନୂତନ ଭାବେ ନିର୍ମାଣ ଚାଲିଥିବା କୋଠା ତୁରନ୍ତ ସାରିବାକୁ ନିର୍ଦ୍ଧେଶ ଦେଇଥିଲେ । ପରେ ଗୁଣପୁର ବ୍ଲକ ସିନାସାରି ଓ କୁଲୁସିଂ ଗ୍ରାମକୁ ଯାଇ ସେଠାରେ ବିକଶିତ ଗ୍ରାମ ବିକଶିତ ଓଡିଶା ମାଧ୍ୟମରେ ଚାଲିଥିବା ଗୃହ ଗୁଡିକ ଦେଖିଥିଲେ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।
କୁଲୁସିଂ ଅଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ଜନମନ କାର୍ଯ୍ୟର ତଦାରଖ କରିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି ନା ନାହିଁ ସେବିଷୟରେ ପଚାରି ବୁଝିଥିଲେ ।
ପୁଟାସିଂ ସରକାରୀ ଉଚ୍ଚ ବିଦ୍ୟାଳୟ (SSD) ଯାଇ ଛାତ୍ର ଛାତ୍ରୀଙ୍କ ସହ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟଶୈଳୀ ଓ ଶିକ୍ଷାଦାନ ଉପରେ ପଚାରି ବୁଝିଥିଲେ । ମଧ୍ୟାହ୍ନ ଭୋଜନ, ପରିବେଶ ଭିତ୍ତିକ ଶିକ୍ଷା, ହଷ୍ଟେଲ ସୁପରିଚାଳନା, ଆଦି ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକ ମାନଙ୍କୁ ତାଗିଦ କରିଥିଲେ ।
ରିଜିଙ୍ଗତାଳ ଗ୍ରାମକୁ ଯାଇ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ ଦିଆଯାଉଛି ନା ନାହିଁ ପଚାରି ବୁଝିଥିଲେ । ଶିଶୁମାନଙ୍କ ଶିକ୍ଷା ଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ।
ସଚିବଙ୍କ ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ସେଠାରୁ ଫେରିବା ପରେ ପଦ୍ମପୁର ବ୍ଲକର ପଦ୍ମପୁର, ଖମପଦର, ଡିବିରିସିଂ, ଆଦି ଅଞ୍ଚଳ ଗସ୍ତ କରିଥିଲେ । ପଦ୍ମପୁର ଖମପଦରରେ ନିର୍ମାଣ ଚାଲିଥିବା ଅମୃତ ସରୋବର ପରିଦର୍ଶନ କରି ପାରିପାର୍ଶିକ ଉନ୍ନୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ ।
ପିସୁ କଲଚର ଚାଷ ଉପରେ ଗୁରୁତ୍ୱ ଦେବାକୁ ଗ୍ରାମବାସୀଙ୍କୁ ଉତ୍ସାହତ କରିଥିଲେ । ପଦ୍ମପୁରର ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଆକାଂକ୍ଷା ହାଟ ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ ।
ସେଠାରେ ମା ମାନଙ୍କ ସହ ସୁଭଦ୍ରା ଯୋଜନାରେ ଉପକୃତ ହେଉଥିବା ବିଷୟରେ ଆଲୋଚନା କରିଥିଲେ ।
ସେଠାରୁ ଡିବିରିସିଂ ଗ୍ରାମକୁ ଯାଇ ଅନ୍ତଦୋୟ ଘର ଯୋଜନାରେ ଘର ପାଇଥିବା ହିତଧକାରୀଙ୍କ ସହ ଆଲୋଚନା କରିଥିଲେ ।
ତୁରନ୍ତ ଘର କାର୍ଯ୍ୟ ସରିଲେ ସରକାରଙ୍କ ଦ୍ଵାରା ଅଧିକ ଆର୍ଥିକ ପ୍ରଦାନ କରାଯିବ ବୋଲି କହିଥିଲେ । ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶୁ ଜାନି ସଚିବଙ୍କ ସହ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31