Indus Valley Times

ମେୟର ଦେଲେ ବଡ଼ ସୂଚନା ଭୁବନେଶ୍ୱର ସବୁ ଥାନାରୁ ହଟିବ ଜବତ ଗାଡ଼ି

 Breaking News

ମେୟର ଦେଲେ ବଡ଼ ସୂଚନା ଭୁବନେଶ୍ୱର ସବୁ ଥାନାରୁ ହଟିବ ଜବତ ଗାଡ଼ି

August 24
17:02 2025

ଭୁବନେଶ୍ୱର, ୨୪/୮ : ରାଜଧାନୀ ଭୁବନେଶ୍ୱରର ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡ଼ି ପଡ଼ି ରହିବା ଫଳରେ ସହରର ସୌନ୍ଦର‌୍ୟ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବ, ରାଜସ୍ବ ବଢିବ ବୋଲି ମେୟର କହିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଏନେଇ ପୋଲିସ୍ କମିଶନରକୁ ଚିଠି କରିବ ।
ଥାନା ସହ ବିଏମ୍‌ସିର ଅବ୍ୟହୃତ ଓ ଅଚଳ ଗାଡ଼ି ସ୍କ୍ରାପିଂ ହେବ । ଅଚଳ ଗାଡ଼ିକୁ ପକାଇ ନ ରଖି ଏହାକୁ ସ୍କ୍ରାପିଂ କରାଯିବ । ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରି ଏହାର ସାମଗ୍ରୀକୁ ଅନ୍ୟତ୍ର ଉପଯୋଗ କରାଯିବ । ଭୁବନେଶ୍ୱରର ସୌନ୍ଦର‌୍ୟ୍ୟ ବୃଦ୍ଧି କରିବା ଈଗଉ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31