Indus Valley Times

ଖୋର୍ଦ୍ଧା ପୋୖର ପରିଷଦ ଆନୁକୂଲ୍ୟରେ ସହରରେ ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ

 Breaking News

ଖୋର୍ଦ୍ଧା ପୋୖର ପରିଷଦ ଆନୁକୂଲ୍ୟରେ ସହରରେ ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା ପୋୖର ପରିଷଦ ଆନୁକୂଲ୍ୟରେ ସହରରେ ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ
August 29
20:44 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୯/୮: ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ଓ ଜାତୀୟ କ୍ରୀଡା ଦିବସ ସମନ୍ୱିତ ଭାବେ ପାଳନ ଅବସରରେ ଖୋର୍ଦ୍ଧା ପ୍ରଥମ ପଥ ଉତ୍ସଵ ଆଜି ସକାଳ ୦୭.୦୦ଘଟିକା ସମୟରୁ ସମବାୟ ସମିତି ଲିଃ ବ୍ୟାଙ୍କ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଅଛି ।
ଏହି ପଥ ଉତ୍ସଵ ଉପଲକ୍ଷେ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀରାଣୀ ଗୁମାନସିଂହ ଯୋଗଦେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହରେ ପ୍ରଦୀପ ପ୍ରଜ୍ବଳନ କରି ପଥ ଉତ୍ସଵ କୁ ଉଦଘାଟନ କରିଥିଲେ ।
ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ ଯେ ପଥ ଉତ୍ସଵ ଓ କ୍ରୀଡ଼ା ଉତ୍ସଵ ନିର୍ମଳ ମନ ଓ ସୁସ୍ଥ ଶରୀର ପାଇଁ ଏକ ଗଭୀର ପ୍ରଭାବ ପକାଇବ। ଖୋର୍ଦ୍ଧା ସହରର ଜନସାଧାରଣ ମାନେ ଶିକ୍ଷା, ସୂଚନା ଓ ମନୋରଞ୍ଜନର ଏକ ହର୍ଶୋଲ୍ଲାଷ ପରିବେଶରେ ସ୍ବଚ୍ଛତା, ଆମ ସହର ଆମରାସ୍ତା, ସୁସ୍ଥ ଶରୀର ପାଇଁ ଯୋଗ, ଏବଂ ଝିଅ ମାନଙ୍କ ଆତ୍ମ ସୁରକ୍ଷା ପାଇଁ କରାଟେ ପ୍ରଦର୍ଶନ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷସହ ଖେଲୋ ଇଣ୍ଡିଆ ଯୋଜନା ସହିତ ଯୋଡ଼ି ସମାଜକୁ ଏବଂ ରାଷ୍ଟ୍ରକୁ ଆଗକୁ ବଢ଼ିବାରେ ସହାୟକ ହେବ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା,ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶ୍ରୀ ସୌର୍ଯ୍ୟ ରଞ୍ଜନ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା ଭାରତ ସରକାରଙ୍କ ଚଳିତ ୨୦୨୫ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଏବଂ ଜାତୀୟ କ୍ରୀଡା ଦିବସରେ ପଥ ଉତ୍ସଵ ଏକ ଅଭିନବ କୌଶଳ ଯାହା ଖେଳ ଇଣ୍ଡିଆ ଯୋଜନା ଏବଂ ସ୍ବଚ୍ଛ ଭାରତ ମିଶନ ଓ ଯୋଗାଭ୍ୟାସ ଯୋଜନାକୁ ଚରିତାର୍ଥ କରିବ ବୋଲି ଉଦବୋଧନ ରଖିଥିଲେ ।
ସଭାର ସଭାପତି ଉପଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା ଖେଳ ଇଣ୍ଡିଆର ଶପଥ ପାଠ କରାଇଥିଲେ । ପ୍ରାରମ୍ଭରେ ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ବାନା କକ୍ଵାବ ପଥ ଉତ୍ସବର ଉଦେଶ୍ୟ ଓ ଆଭିମୁଖ୍ୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବି ଡି ଓ, ଖୋର୍ଦ୍ଧା ଶ୍ରୀମତୀ କ୍ଷୀରାଦ୍ଵି ତନୟା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପଥ ଉତ୍ସଵ ସମାରୋହରେ ରଙ୍ଗୋଲି, ବାଲୁକା କଳା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ପଣ୍ଡାଙ୍କ ପରିଚାଳନାରେ କରାଟେ ପ୍ରଦର୍ଶନୀ, ଯୁଡୋ ପ୍ରଦର୍ଶନୀ, ଏସ ଆର ଫିଟନେସ ଟିମ୍ , ଖୋର୍ଦ୍ଧା ଜୁମ୍ବୋ ଏକ୍ସର୍ଷାଇଯ, କବିରାଜ ପ୍ରଧାନ ଏବଂ ଦଳ ପାଇକ ଆଖଡ଼ା, ମୂର୍ଚ୍ଛନା ଡାନ୍ସ ଏକାଡେମୀ, ଗୋଟିପୁଅ ନୃତ୍ୟ, ନୃତ୍ୟାଞ୍ଜଳି ଅନୁଷ୍ଠାନ ସମ୍ବଲପୁରୀ ନୃତ୍ୟ, ଡାନ୍ସ ଗ୍ରୁପ,ମା ମଙ୍ଗଳା ପାଇକ ଆଖଡ଼ା ଦ୍ଵାରା ପାଇକ ନୃତ୍ୟ, ନୃତ୍ୟାୟନ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ଗଣପତି ନୃତ୍ୟ,ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ ଓ ମା ଚଇତାଳି ଘୋଡ଼ା ନାଚ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ମନୋରଞ୍ଜନ ଶିକ୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ଵାରା ଖାଦ୍ୟ ପିଠାପଣା ଆୟୋଜନ କରାଯାଇଥିଲା ।
ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବହୁ ବୁଦ୍ଧିଜୀବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ କାଉନସିଲର ଓ ବହୁ ଜନସମାଗମ ସହ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31