Indus Valley Times

ମୁକୁନ୍ଦପ୍ରସାଦ ଚେକ ଗେଟ ନିକଟରୁ ଦୁଇ ବାଇକ ଚୋରଙ୍କୁ ଗିରଫ କଲା ଶିଳ୍ପାଞ୍ଚଳ ପୁଲିସ

 Breaking News

ମୁକୁନ୍ଦପ୍ରସାଦ ଚେକ ଗେଟ ନିକଟରୁ ଦୁଇ ବାଇକ ଚୋରଙ୍କୁ ଗିରଫ କଲା ଶିଳ୍ପାଞ୍ଚଳ ପୁଲିସ

ମୁକୁନ୍ଦପ୍ରସାଦ ଚେକ ଗେଟ ନିକଟରୁ ଦୁଇ ବାଇକ ଚୋରଙ୍କୁ ଗିରଫ କଲା ଶିଳ୍ପାଞ୍ଚଳ ପୁଲିସ
September 03
20:21 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୩/୯ : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ୍ର ପେଟ୍ରୋଲିଙ୍ଗ ଗାଡି ମୁକୁନ୍ଦପ୍ରସାଦ ଚେକ ଗେଟ ନିକଟରୁ ଦୁଇ ଜଣ ବାଇକ ଚୋରଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଦୁଇଟି ଗାଡି ସମେତ ଦୁଇ ମୋବାଇଲ ଜବତ କରିଛି।
ସୂଚନା ଅନୁଯାଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ପେଟ୍ରୋଲିଙ୍ଗ ସମୟରେ ସନ୍ଦେହରେ ମୁକୁନ୍ଦପ୍ରସାଦ ଚେକ ଗେଟ ନିକଟରେ ଦୁଇଜଣ ବାଇକ ଚାଳକଙ୍କୁ ଅଟକାଇ ଗାଡିର କାଗଜ ପତ୍ର ଯାଞ୍ଚ କରିଥିଲେ।
ତେବେ ଉଭୟ ବାଇକ ଚାଳକଙ୍କ ନିକଟରେ କୌଣସି ପ୍ରକାର କାଗଜ ପତ୍ର ନଥିବା ବେଳେ ଗାଡିର ନମ୍ବର ମଧ୍ୟ କହିପାରିନଥିଲେ।
ଯାହାକୁ ନେଇ ପୁଲିସ ର ସନ୍ଦେହ ବଢିଥିଲା, ଏବଂ ପରବର୍ତ୍ତୀ ସମୟରେ ଗାଡ଼ିରେ ଲାଗିଥିବା ନମ୍ବରକୁ ପରିବହନ ଆପରେ ତଦନ୍ତ କରିବାରୁ ଜଣା ପଡିଥିଲାକି ଏହି ଗାଡ଼ିରେ ଲାଗିଥିବା ନମ୍ବର ସମ୍ପୂର୍ଣ ମିଥ୍ୟା ।
ଯାହାକୁ ନେଇ ଉଭୟ ଗାଡି ସହିତ ଦୁଇ ବାଇକ ଚାଳକଙ୍କୁ ଥାନାକୁ ଆଣି ପଚାର ଉଚରା କରିବା ସମୟରେ ଜଣା ପଡିଥିଲା ଏହି ଦୁଇଜଣ ବାଇକ ଚୋରି କରି ଆଣିଛନ୍ତି ।
ଯାହାକୁ ନେଇ ଶିଳ୍ପାଞ୍ଚଳ ପୁଲିସ ଉଭୟଙ୍କ ପଚାର ଉଚରା କରିବା ସମୟରେ ଉଭୟ ସତ ମାନିଥିଲେ ଯେ ସେମାନେ ଏହି ଗାଡି ଦୁଇଟି ଚୋରି କରି ଆଣିଛନ୍ତି ।
ଏହାପରେ ଅଧିକ ପଚାର ଉଚରା କରିବା ସହିତ ତଦନ୍ତ କରିବାରୁ ଚୋରି ବାଇକ ରଖୁଥିବା ସ୍ଥାନରେ ଚଢ଼ଉ ପୁଲିସ କରିଥିଲେ । ଗଡ଼ଖୋର୍ଦ୍ଧା ଓ ଯେମାଦେଇ ଅଂଚଳରେ ଚୋରମାନେ ଚୋରି ଗାଡି ରଖୁଥିବା ଖବର ପାଇ ପୁଲିସ ତଦନ୍ତ କରିବା ସମୟରେ ପାଣିଟାଙ୍କି ନିକଟରେ ନମ୍ବର ବିହୀନ ୫ ଟି ଚୋରି ଗାଡିକୁ ଶିଳ୍ପାଞ୍ଚଳ ପୁଲିସ ଜବତ କରିଛି, ଏବଂ ଗିରଫ କାରୀଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ସମେତ ଏକ ମାଷ୍ଟର କି(ଚାବି) ଜବତ କରିଛି।
ତେବେ ଗିରଫ ଅଭିଯୁକ୍ତଙ୍କ ନାମକୁ ଗୋପନ ରଖିଥିବା ବେଳେ ଦୁଇଜଣ ନୟାଗଡ଼ା ଜିଲ୍ଲା ଦଶପଲ୍ଲାର ଅଂଚଳ ୨୦ ବର୍ଷର ଯୁବକ ହୋଇଥିବା ପୁଲିସ ସୂଚନାରୁ ପ୍ରକାଶ ପାଇଛି ।
ଉଭୟଙ୍କ ନାମରେ ୨୦୮/୨୫ରେ ଏକ କେଶ ୠଜୁକରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031