Indus Valley Times

ନୟାଗଡ ଜିଲ୍ଲା ଚାଷୀକୂଳଙ୍କୁ ସାର ଯୋଗାଇବାରେ ମୋହନ ସରକାର ବିଫଳ : ଜିଲ୍ଲାବ୍ୟାପି ସାର କଳାବଜାରୀ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ

 Breaking News

ନୟାଗଡ ଜିଲ୍ଲା ଚାଷୀକୂଳଙ୍କୁ ସାର ଯୋଗାଇବାରେ ମୋହନ ସରକାର ବିଫଳ : ଜିଲ୍ଲାବ୍ୟାପି ସାର କଳାବଜାରୀ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କଲା କଂଗ୍ରେସ

September 12
10:52 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୨/୯ : ନୟାଗଡ ଜିଲ୍ଲାର ଲକ୍ଷାଧିକ ଚାଷୀକୂଳଙ୍କୁ ଧାନ ରୋଇବାର ୨୧ ଦିନ ଭିତରେ ବିଜେପି ସରକାର ଆବଶ୍ୟକୀୟ ସାର ଯୋଗାଇବାରେ ବିଫଳ ହୋଇଥିବାର ସୁଯୋଗ ନେଇ ଘରୋଇ ସାର ବିତରକ ସଂସ୍ଥା ମାନେ ସାର ଅଭାବୀ ବିକ୍ରି ଆଳରେ ମାତ୍ରାଧିକ କଳାବଜାରୀ କରି ୟୁରିଆ ବସ୍ତା ପ୍ରତି ୯୦୦ ଟଙ୍କାରେ ଖୋଲା ବିକ୍ରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି ।
ଏଥିପାଇଁ ନୟାଗଡ ଜିଲ୍ଲାପାଳ ଦାୟୀ ବୋଲି କଂଗ୍ରେସ ନୟାଗଡ ବିଧାୟକ ପ୍ରାର୍ଥୀ କହିଛନ୍ତି ।
ଜିଲ୍ଲାରେ ଗତ ଅଗଷ୍ଟ ମାସରେ କେପିଆର ସୁପର ସାର ଯାହାର ଗୁଣବତ୍ତା ନମୁନା ପରୀକ୍ଷାରେ ଫେଲ ହୋଇ ତାହାର ବିକ୍ରି ନିଷିଦ୍ଧ ହୋଇଛି ।
ସେହି ନକଲି ସାର ନୟାଗଡ ଜିଲ୍ଲାରେ ୨୦୦୦ ମେଟ୍ରିକଟନ ଚାଷୀଙ୍କୁ ଚଢା ଦରରେ ବିକ୍ରି କରାଯାଇ ବିଶ୍ୱାସଘାତ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଂଯୋଜକ ସତ୍ୟବ୍ରତ ନାୟକ କହିଛନ୍ତି ।
ଗତ କାଲି ନୟାଗଡ କଂଗ୍ରେସ ପକ୍ଷରୁ ସାର କଳାବଜାରୀ ପ୍ରତିବାଦ ରେ ଜିଲ୍ଲାପାଳ ଙ୍କୁ ଚାଷୀ ଆନ୍ଦୋଳନ କରାଯିବା ପାଇଁ ଲିଖିତ ଅଭିଯୋଗ କରାଯିବା ପରେ ଆଜି ଅପରାହ୍ନ ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସାର ଯୋଗାଣ ଉପରେ ରିଭ୍ୟିୁ ବୈଠକ ଥିଲା, କଂଗ୍ରେସ ଦଳ କର୍ମୀ ମାନେ ସାର ଅଭାବୀ ବିକ୍ରି ର ଜବାବ ମାଗିବା ପାଇଁ ବହୁ ସଂଖ୍ୟାରେ ଉପସ୍ଥିତ ଥିବାର ଦେଖି ରିଭ୍ୟିୁ ବୈଠକ ସ୍ଥାନ ପରିବର୍ତନ କରାଯାଇ ଥିଲା । ଜିଲ୍ଲାପାଳ ଅଫିସ ଆସି ନଥିଲେ ।
ସରକାରୀ ହିସାବ ଅନୁସାରେ ଜିଲ୍ଲାରେ ୧୫୪ ସମବାୟ ସମିତି ମଧ୍ୟରୁ ୯୬ ସୋସାଇଟି ଅଦ୍ୟାବଧି ୧୭୦୦ ମେଟ୍ରିକଟନ ସାର ଚାଷୀଙ୍କୁ ବିକ୍ରି କରିଥିବାର କାଗଜ ପ୍ରସ୍ତୁତି କରିଥିବା ବେଲେ ଘରୋଇ ବିତରକ ମାନେ ୪୬୦୦ ମେଟ୍ରିକଟନ ସାର ଉଠାଇ ସାରିଲେଣି କିନ୍ତୁ ଜିଲ୍ଲାରେ ଚାଷୀ ସାର ପାଉ ନାହାଁନ୍ତି କିପରି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଜିଲ୍ଲପାଳ ଙ୍କ ଅଜାଣତ ରେ ସାର ବ୍ୟାପକ କଳାବଜାରୀ ହେଉଥିବା ସ୍ପଷ୍ଟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଓଡଗାଁ ନୟାଗଡ ଇଟାମାଟି ଅଞ୍ଚଳ ର ନାମୀଦାମୀ ସାର ହୋଲସେଲର ଏବଂ ସେମାନଙ୍କ ଅଧିକୃତ ବିତରକ ମାନେ ସାର କଳାବଜାରୀ ରେ ସମ୍ପୃକ୍ତ ଥିବାର ଅଭିଯୋଗ ହୋଇଛି ।
ମାର୍କଫେଡ଼ ମଧ୍ୟ ସାର ସୁଷମ ବଣ୍ଟନ କରିପାରୁ ନାହିଁ ତେଣୁ ସାର ପାଇଁ ଜିଲ୍ଲାରେ ହାହାକାର ପଡିଛି ।

ଆଜି ନୟାଗଡ ବ୍ଲକ ବାଉଁସିଆପଡା ସମବାୟ ସମିତି ରେ ସର୍ବମୋଟ ୧୪୦୦ ଚାଷୀ ଥିବାବେଳେ ସୋସାଇଟି ପକ୍ଷରୁ ମାତ୍ର ୧୫୦ ବସ୍ତା ସାର ନେଇ ବିକ୍ରି କରୁଥିବାରୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଶାନ୍ତ, ଅଶୋକ କୁମାର ନାୟକ, ଧିରେନ କୁମାର ଦାସ ପ୍ରମୁଖ ଶତାଧିକ ଚାଷୀ ଯୁବଛାତ୍ର କଂଗ୍ରେସ କର୍ମୀ ଯୋଗଦେଇ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31