Indus Valley Times

ନାଏବ ସରପଞ୍ଚ ରଞ୍ଜିତା ତ୍ରିପାଠୀଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ

 Breaking News

ନାଏବ ସରପଞ୍ଚ ରଞ୍ଜିତା ତ୍ରିପାଠୀଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ

ନାଏବ ସରପଞ୍ଚ ରଞ୍ଜିତା ତ୍ରିପାଠୀଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା କାରଣ ଅସ୍ପଷ୍ଟ
September 12
11:55 2025

ରାୟଗଡ଼ା, ୧୨/୯ : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ଗ୍ରାମର ଜଣେ ମହିଳା ନାଏବ ସରପଞ୍ଚଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ନାଏବ ସରପଞ୍ଚ ହେଲେ ନରସିଂହ ତ୍ରିପାଠୀଙ୍କ ପତ୍ନୀ ରଞ୍ଜିତା ତ୍ରିପାଠୀ । ପରିବାର ପକ୍ଷରୁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।
ପ୍ରାପ୍ତ ସୂଚନା ମୁତାବକ, ୨୦୦୭ ରେ ରଂଜିତା ଓ ନରସିଂହ ତ୍ରିପାଠୀଙ୍କ ମଧ୍ୟରେ ବିବାହ ହୋଇଥିଲା । ସେ ନାଏବ ସରପଞ୍ଚ ମଧ୍ୟ ଥିଲେ । ଗତକାଲି ହଠାତ ରଂଜିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । କିପରି ତାଙ୍କର ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ଉପଯୁକ୍ତ ତଦନ୍ତ କରିବାକୁ ପରିବାର ଦାବି କରିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031