Indus Valley Times

କଣ୍ଟାମାଳ ବ୍ଲକରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ସମୁଦାୟ ୪୯ ଗୋଟି ଅଭିଯୋଗର ପଂଜିକରଣ

 Breaking News

September 15
20:26 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୯ : ସୋମବାର ଦିନ ସକାଳ ୧୦ ଘଟିକା ସମୟରେ କଣ୍ଟାମାଲ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ସମୁଦାୟ ୪୯ ଗୋଟି ଅଭିଯୋଗର ପଂଜିକରଣ ହୋଇଥିଲା ।
ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଉପ ଆରକ୍ଷୀ ଅଧୀକ୍ଷକ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଜ଼ିଲ୍ଲା ଜରୁରୀ ଅଧିକାରୀ ତଥା ନୋଡାଲ ଅଫିସର ସୁଧର୍ମା ମଲ୍ଲିକ, ସମସ୍ତ ବ୍ଲକ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ ।
ଆଜି ଆସିଥିବା ୪୯ ଅଭିଯୋଗ ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବା ବେଳେ ୪ ଗୋଟି ଅଭିଯୋଗ ଗୋଷ୍ଠୀ ଭିତ୍ତିକ ରହିଥିଲା ଓ ୧୭ ଅଭିଯୋଗର ତତ୍କାଳ ସମାଧାନ କରା ଯାଇଥିଲା କ୍ଷ ଉକ୍ତ ଅବସରରେ ୧୦ ଜଣଙ୍କୁ ସାମାଜିକ ସୁରକ୍ଷା ଯୋଜନାର ପେନସନ ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031