Indus Valley Times

ଅନାସ୍ଥା ପ୍ରସ୍ତାବ: ବିଜେଡିର ସମର୍ଥନ ଲୋଡ଼ିଲା କଂଗ୍ରେସ

 Breaking News

ଅନାସ୍ଥା ପ୍ରସ୍ତାବ: ବିଜେଡିର ସମର୍ଥନ ଲୋଡ଼ିଲା କଂଗ୍ରେସ

ଅନାସ୍ଥା ପ୍ରସ୍ତାବ: ବିଜେଡିର ସମର୍ଥନ ଲୋଡ଼ିଲା କଂଗ୍ରେସ
September 18
16:34 2025

ଭୁବନେଶ୍ୱର, ୧୮/୯ : ଯାହା ଆଶା କରାଯାଉଥିଲା ତାହାହିଁ ହୋଇଛି । ଦୀର୍ଘ ଦେଢ଼ ବର୍ଷର ବିଜେପି ସରକାର ପରେ ଆସିଛି ଅନାସ୍ଥା ପ୍ରସ୍ତାବ ।
ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମୋହନ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବିଧାନସଭା ସଚିବଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି ।
ଅନେକ ଅଭିଯୋଗ ଆଣି କଂଗ୍ରେସ ଅନାସ୍ଥା ଆଗତ କରିଛି । ନିୟମ ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ପାଇଁ ୧୫ ଜଣ ସଦସ୍ୟ ଆବଶ୍ୟକ ହେଉଥିବାବେଳେ ଦଳେର ୧୪ ଜଣ ବିଧାୟକ ରହିଛନ୍ତି ।
ତେଣୁ ସିପିଆଇ (ଏମ୍)ର ଜଣେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏଥିରେ ସମର୍ଥନ ଜଣାଇଛନ୍ତି । ଅନାସ୍ଥା ପ୍ରସ୍ତାବରେ ମୋଟ ୧୫ ବିରୋଧୀ ବିଧାୟକ ଦସ୍ତଖତ କରିଛନ୍ତି । ଫଳରେ ଆଗାମୀ ଗୃହ କାର୍ଯ୍ୟରେ ପ୍ରସ୍ତାବ ଉପର ଆଲୋଚନା କରାଯିବ । ସେପଟେ ଅନାସ୍ଥାରେ ସମର୍ଥନ ଦେବାକୁ କଂଗ୍ରେସ ବିଜେଡ଼ିର ସହଯୋଗ ଲୋଡ଼ିଛି । ଅନାସ୍ଥା ଉପରେ ବିଜେଡ଼ିର ଆଭିମୁଖ୍ୟ ନେଇ ଚିତ୍ର ଅସ୍ପଷ୍ଟ ରହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031