Indus Valley Times

‘ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ

 Breaking News

‘ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ

September 19
16:25 2025

ଭୁବନେଶ୍ବର, ୧୯/୯ : ‘ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର। ଏନେଇ ଆଜି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର। କେବଳ ଟି – ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର। କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟର‌୍ୟ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ୯୨ କୋଟି ଟଙ୍କା। ତେଣେ ଜିଲ୍ଲା ସ୍ତରୀୟ ଉତ୍ସବରେ ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର। ଏଣେ କ୍ରୀଡ଼ା ପ୍ରତିଯୋଗିତାରେ ଖର୍ଚ୍ଚ ହୋଇଛି ୫୬ କୋଟି।
ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପୂର୍ବ ସରକାରରଙ୍କ ବିଫଳତାକୁ ନେଇ ପ୍ରଶ୍ନ ଉଠାଇଲେ ଶାସକ ଦଳର ବିଧାୟକ । ବାବୁ ସିଂଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ବିଜୁ ଯୁବ ବାହିନୀ ପାଇଁ ୨ ବର୍ଷରେ ୧୮୩ କୋଟି ୬୭ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ବିଜେଡି ସରକାର ।
୨୦୧୮-୧୯, ୨୦୧୯-୨୦ ଦୁଇ ବର୍ଷରେ ଖର୍ଚ୍ଚ ହୋଇଛି ଏହି ଟଙ୍କା । ପରେ ୨୦୨୦-୨୧ ରେ ବ୍ୟୟବରାଦ ନକରି ଯୋଜନାକୁ ବନ୍ଦ କରିଦେଇଥିଲେ ପୂର୍ବର ସରକାର ।
ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନାର କାର୍ଯ୍ୟକାରିତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ତଥା ଯୁବଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ସ୍ୱେଚ୍ଛାସେବୀ କାର‌୍ୟ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଇବା ଇତ୍ୟାଦି ଏହି ଉପଯୋଜନାର ଆଭିମୁଖ୍ୟ ଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31