Indus Valley Times

ପୁଲିସ ଓ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

 Breaking News

ପୁଲିସ ଓ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

September 27
22:42 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୭/୯ : ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଷ୍ଟୁଡେଣ୍ଟ୍‌ସ ଇଣ୍ଟରଫେସ ୱିଥ୍ ପୋଲିସ ସମ୍ପର୍କିତ ଏକ ଆଲୋଚନାଚକ୍ର ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସଭାପତି ପ୍ରତାପ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ଆମ ପୋଲିସ, ସାଇବର ଅପରାଧ, ପୋକ୍ସୋ ଆଇନ, ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଆଇନ ଛାତ୍ରଛାତ୍ରୀଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ, ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଶ୍ରୀଯୁକ୍ତ ଶର୍ମା ଆଲୋକପାତ କରିଥିଲେ।
ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଜଣେ ଜଣେ ଦକ୍ଷ ଆଇନଜୀବୀ ହେବାକୁ ପରାମର୍ଶ ଦେଇଥିଲେ। କୌଣସି ମାମଲା ପରିଚାଳନା ପୂର୍ବରୁ ତାହାକୁ ଭଲ ଭାବେ ତର୍ଜମା କରିବା ସହ ବିଭିନ୍ନ ସମୟରେ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟ ସ୍ତରରେ ପ୍ରକାଶ ପାଉଥିବା ଗୁରୁତ୍ଵପୂର୍ଣ୍ଣ ରାୟକୁ ତର୍ଜମା କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀଯୁକ୍ତ ଶର୍ମା ନିଜର ଅଭିଭାଷଣ ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ମହାବିଦ୍ୟାଳୟ ସମ୍ପାଦକ ସୁଧୀର କୁମାର ମାନସିଂହ ସ୍ବାଗତ ଭାଷଣ ଦେଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ଛୋଟରାୟ ନିଜର ବକ୍ତବ୍ୟରେ କହିଥିଲେ ଯେ, ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଜରୁରୀ। ଆଇନ ଛାତ୍ରଛାତ୍ରୀ ମାନେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତାକୁ ଅନୁସରଣ କଲେ ଜଣେ ଉତ୍ତମ ଆଇନଜୀବୀ ହୋଇପାରିବ।
ଅଧ୍ୟାପିକା ଅର୍ଚ୍ଚିତା ମହାରଣା କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ, ଅଧ୍ୟାପକ ସାଇ ଜ୍ୟୋତି ରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31