Indus Valley Times

ବୌଦ୍ଧ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମାଉସୀ ମା’ ମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଗଲା ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ

 Breaking News

ବୌଦ୍ଧ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମାଉସୀ ମା’ ମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଗଲା ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ

October 12
11:06 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୨/୧୦ : ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ । ବୌଦ୍ଧ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମାଉସୀ ମା’ ମନ୍ଦିର ପରିସରରେ ଏହି କନ୍ୟା ସନ୍ତାନ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ, ଉପ -ଜିଲ୍ଲାପାଳ ବିନୟ କୁମାର ଭୋଇ, ନଗରପାଳ, ବୌଦ୍ଧଗଡ଼ ଏନ ଏ ସି ମୃତୁଞ୍ଜୟ ମିଶ୍ର,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ବରିଷ୍ଠ ନାଗରିକ ସ୍ନେହଲତା ପୁରୋହିତ, ,ଅତିରିକ୍ତ ଜ଼ିଲ୍ଲା ମଙ୍ଗକ ଅଧିକାରୀ ଚନ୍ଦ୍ରକାନ୍ତି ବେଉରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରୋଗ୍ରାମ ଅଫିସର ରୀନା ମହାନ୍ତି ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରି କାର୍ଯ୍ୟକ୍ରମ ଶେଷରେ ଏକ ସଂଗୀତ ପରିବେଷଣ କରିଥିଲେ ।
ବର୍ତ୍ତମାନ ସମୟରେ କନ୍ୟା ମାନଙ୍କୁ ରତ୍ନ ଭାବରେ ଗ୍ରହଣ କରାଯାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କନ୍ୟା ସନ୍ତାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ।
ଚଳିତ ବର୍ଷ କନ୍ୟା ସନ୍ତାନ ଦିବସ ଅବସରରେ ରାଜ୍ୟ ସରକାର ଙ୍କ ନୂଆ ଚେତନା, ନୂଆ ଭାବନାରେ କନ୍ୟା ସନ୍ତାନ ଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା ଉପରେ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ ।
ଆଜି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ବୌଦ୍ଧରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟ, ସଂଗୀତ ଓ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଛାତ୍ରୀ, ଅଙ୍ଗନବାଡି ଦିଦି, ସୁପର ଭାଇଜର, ସିଡିପିଓ ଓ ମହିଳାଙ୍କ ସାମୁହିକ ନୃତ୍ୟ ପ୍ରଦର୍ଶନ ସମସ୍ତଙ୍କୁ ବେଶ ଆକର୍ଷିତ କରିଥିଲା ।
ଏହି କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏକ ସ୍ୱ ରଚିତ କବିତା ପାଠ କରିଥିଲେ ।
ପରି ଫାଉଣ୍ଡେସନ ର ସଦସ୍ୟ ତୋଫାନ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସମସ୍ତ ସୁପରଭାଇଜର, ପ୍ରୋଗ୍ରାମ ଅଫିସର, ଅଙ୍ଗନବାଡି କର୍ମୀ, ବିଭିନ୍ନ ଶିକ୍ଷାନୁଷ୍ଠାନୁଷ୍ଠାନର ଛାତ୍ରୀ, ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ,ସି ଡ଼ି ପି ଓ, ବୌଦ୍ଧ ୱାହିଦା ବେଗମ,ସୁରକ୍ଷା ଅଧିକାରୀ ସନ୍ତୋଷିନୀ ଭୋଇ, ଗୀତାଞ୍ଜଳି ଦଲାଲ,ଡ଼ି ପି ସି ମମତା ଆଶିଷ କୁମାର ମହାନ୍ତି, ଗ୍ରନ୍ଥାଗକ୍ଷରିକ ଅକ୍ଷୟ କୁମାର ମହାକୁଡ଼, ମହିଳା ସଶକ୍ତିକରଣ ସଂଯୋଜକ ସୁଜାତା ପାଣିଗ୍ରାହୀ ଏବଂ ଜ଼ିଲ୍ଲା ହବ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031