Indus Valley Times

ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି

 Breaking News

ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି

October 13
19:31 2025

ଭୁବନେଶ୍ୱର , ୧୩/୧୦ : ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି । ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି ମଧ୍ୟ ବଢ଼ିଛି। ଅନ୍ୟପକ୍ଷେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ବୃଦ୍ଧି କରାଯାଇଛି। ଏସବୁ ଆବେଦନ ସମୟସୀମା ଅବଧି ଅକ୍ଟୋବର ୨୪ ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ବୃଦ୍ଧି କରିଛି।
ଏହି ଯୋଜନାରେ ଇ- ମେଧାବୃତ୍ତି(ୟୁଜି-ମେରିଟ୍, ପିଜି-ମେରିଟ୍ ଓ ଟେକ୍ନିକାଲ୍ ଆଣ୍ତ ପ୍ରଫେସନାଲ୍ ମେରିଟ୍), ବ୍ୟାସକବି ଫକୀର ମୋହନ ମେଧାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଭଳି ଉପ-ଯୋଜନା ଆଦି ରହିଛି।
ଏଥିପାଇଁ ଅନଲାଇନ୍ ଯୋଗେ ଆବେଦନ କରିବାକୁ ଆହ୍ବାନ ଦିଆଯାଇଛି। ସେହିପରି ମେଧାବୃତ୍ତି ଆପ୍ଲିକେସନ୍ ତର୍ଜମା କରିବା ପାଇଁ ୩୧ ତାରିଖ ପର‌୍ୟ୍ୟନ୍ତ ଅବଧି ରଖାଯାଇଛି। କେବଳ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ହସ୍ତଗତ ଆପ୍ଲିକେସନ୍ ତର୍ଜମା ପାଇଁ ନଭେମ୍ବର ୧୫ ପର‌୍ୟ୍ୟନ୍ତ ତାରିଖ ନିର୍ଦ୍ଧାରଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31