Indus Valley Times

ଆସିଲା ଦୀପାବଳି କଟକଣା : ମାତ୍ର ୨ ଘଣ୍ଟା ଫୁଟିବ ବାଣ , ନିୟମ ଭାଙ୍ଗିଲେ ବଡ଼ ଅସୁବିଧା

 Breaking News

ଆସିଲା ଦୀପାବଳି କଟକଣା : ମାତ୍ର ୨ ଘଣ୍ଟା ଫୁଟିବ ବାଣ , ନିୟମ ଭାଙ୍ଗିଲେ ବଡ଼ ଅସୁବିଧା

ଆସିଲା ଦୀପାବଳି କଟକଣା : ମାତ୍ର ୨ ଘଣ୍ଟା ଫୁଟିବ ବାଣ , ନିୟମ ଭାଙ୍ଗିଲେ ବଡ଼ ଅସୁବିଧା
October 14
18:48 2025

ଭୁବନେଶ୍ବର , ୧୪/୧୦ : ଦୀପାବଳି ପୂର୍ବରୁ ବାଣ ଫୁଟା ନେଇ ଗାଇଡଲାଇନ ଜାରି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ଏଥିସହିତ ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା କରାଯାଇଛି। ପାର୍କ, ସାଇଲେନ୍ସ ଜୋନ (ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ)ର ୧୦୦ ମିଟରରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।
ସେହିପରି ଧାର୍ମିକ ଅନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ବି ବାଣ ଫୁଟାଯିବନି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ରହିଛି।
ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି।
ଏଥି ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ମନା କରାଯାଇଛି। ଏହି ନିୟମଗୁଡିକ ନମାନିଲେ ୨ହଜାର ଟଙ୍କା ଜରିମାନା ଦେବାକୁ ହେବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31