Indus Valley Times

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

 Breaking News

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

October 18
19:03 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କୁ ରିପୋର୍ଟ
ନୟାଗଡ଼,୧୮/୧୦ : ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ, ଅଲ ଓଡ଼ିଶା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି।
ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡ଼ର ବିଶିଷ୍ଟ ନାରୀନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମୁଖ୍ୟଅତିଥି ଏବଂ ମ୍ୟାଚ ପରିଚାଳନା କରିବା ପାଇଁ ଆର୍ବିଟର ଭାବେ ଯୋଗଦେଇଥିବା ଅଭିଷେକ ଆଚାର‌୍ୟ୍ୟଙ୍କୁ ଉପଢୌକନ ଏବଂ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଆୟୋଜିତ ଉଦଘାଟନୀ ସଭାରେ ଆସୋସିଏସନ ସଭାପତି ଭାଗିରଥି ଦାସ ପୌରୋହିତ୍ୟ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ।
ବରିଷ୍ଠ ସାମ୍ବାଦିକ ତଥା କେସି କ୍ଳବ ସଦସ୍ୟ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା ଏବଂ ସଂଯୋଜନା କରିଥିବା ବେଳେ ଉପସଭାପତି ବାଲ୍ରାସେନ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
ସ୍ୱିସ ଲିଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୬୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ରାଜ୍ୟ ପ୍ରତିନିଧି ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, ସହ ସମ୍ପାଦକ ଉମାକାନ୍ତ ମିଶ୍ର, ପରିଚାଳନା କମିଟି ସଦସ୍ୟ ଧିରେନ ପ୍ରଧାନ, ଭିକାରି ଚରଣ ଦାସ, ଅଜିତ କୁମାର ମିଶ୍ର,ସଞ୍ଜୟ କୁମାର ସ୍ୱାଇଁ, ପ୍ରକାଶ କୁମାର ମହାପାତ୍ର, ବିଶ୍ୱରଂଜନ ଦାସ ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31