Indus Valley Times

ଜିଲ୍ଲାରେ “ଉଲ୍ଲାସ” ପରୀକ୍ଷା ଦେଲେ ୧୨୯୯୫ ଶିକ୍ଷାର୍ଥୀ

 Breaking News

ଜିଲ୍ଲାରେ “ଉଲ୍ଲାସ” ପରୀକ୍ଷା ଦେଲେ ୧୨୯୯୫ ଶିକ୍ଷାର୍ଥୀ

October 28
19:30 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୮/୧୦: ଜିଲ୍ଲା ଶିକ୍ଷା ବିଭାଗ ତରଫରୁ କେନ୍ଦ୍ରସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ଉଲ୍ଲାସ” ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରଥମିକ ବିଦ୍ୟାଳୟ ମାନଙ୍କରେ ରବିବାର ଅନୁଷ୍ଠିତ ହୋଇଯାଇଅଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁ , ବେ ବୋୖଦ୍ଧ ବିଜ୍ଞାପିତ ଅଂଚଳ ପରିଷଦ ଓ ହରଭଙ୍ଗା ବ୍ଲକ ର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଚୂଡ଼ାମଣି ବାରିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ,ଜିଲ୍ଲାର ତିନି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉପେନ୍ଦ୍ର କୁମାର ପ୍ରଧାନ, ହାଡିବନ୍ଧୁ ବେହେରା,ଅଶୋଭ ରଞ୍ଜନ ମାଲି, ସମସ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସି ଆର ସି ସି ମନେ ପରୀକ୍ଷା କେନ୍ଦ୍ର ଗୁଡିକୁ ବୁଲି ପରୀକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।
ଜିଲ୍ଲାର ୧୫ବର୍ଷରୁ ଉର୍ଦ୍ଧ୍ୱ ବୟସର ଅଣ ସାକ୍ଷର ବ୍ୟକ୍ତି ମାନେ ଉକ୍ତ ପରୀକ୍ଷା ଦେଇଥିଲେ ।
ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ତିନି ବ୍ଲକର ଯଥାକ୍ରମେ ୫୦୯୫, ୪୦୨୫, ୩୮୭୫ ମୋଟ ୧୨୯୯୫ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର ପୁରୁଷ ୪୫୦୧ ଓ ମହିଳା ୮୪୯୪ ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
ପ୍ରକାଶ ଥାଉକି ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଅଧିକ ସଂଖ୍ୟାରେ ପରୀକ୍ଷା ଦେଇଥିବାର ଦେଖାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31