Indus Valley Times

ହରଭଙ୍ଗା ପଂଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

 Breaking News

ହରଭଙ୍ଗା ପଂଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ହରଭଙ୍ଗା ପଂଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
October 29
20:18 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨୯/୧୦ : ବୁଧବାର ଦିନ ଦିବା ୧୧ ଘଣ୍ଟା ସମୟରେ ହରଭଙ୍ଗା ପଚାୟତ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି ।
ଦୁର୍ନୀତି ନିବାରଣ ବିଭାଗ, ବୌଦ୍ଧ ସକ୍ଷଖା ର ଉପ ଆରକ୍ଷୀ ଅଧିକ୍ଷକ ଜଗବନ୍ଧୁ ଅଙ୍କରିଆଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟପ୍ରିୟ ସାହୁ , ହରଭଙ୍ଗା ଆଇ.ଆଇ.ସି ବାଲ୍ମୀକି ପ୍ରଧାନ, ହରଭଙ୍ଗା ମହାବିଦ୍ୟାଳୟ ର ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ବିବେକାନନ୍ଦ ପାଟ୍ଟଜୋଶୀ, ସହକାରୀ ଶିକ୍ଷକ, ନୋଡାଲ ଉଚ୍ଚ ବିଦ୍ୟାଳୟ, ହରଭଙ୍ଗା ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇଥିଲେ ।
ଶିକ୍ଷା ହିଁ ସଚେତନ ର ମୁଖ୍ୟ ମାଧ୍ୟମ, ନିଜ ନିଜ କର୍ତବ୍ୟ ପ୍ରତି ସଚେତନ ହେବା, ନାଗରିକ ର ଅଧିକାର ଓ ତାର କର୍ତବ୍ୟ, ଶିକ୍ଷା ସହ ନିଜ ମାନସିକତାର ପରିବର୍ତ୍ତନ,ଦୁର୍ନୀତି କୁ ନିଜ ମନରୁ ଦୁରେଇ ରଖିବା ଏବଂ ଦୃଢ଼ ସ୍ୱରରେ ତାର ପ୍ରତିବାଦ କରିବା, ମାଆ ମାନଙ୍କ ମାଧ୍ୟମ ରେ ଏହି ବାର୍ତ୍ତା ର ପ୍ରଚାର, ପ୍ରସାର ପାଇଁ ଅତିଥି ମାନମତବ୍ୟକ୍ତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ପ୍ରଧାନ, ରାଜସ୍ବ ନିରୀକ୍ଷକ ପଙ୍କଜ କଁହର, ଆକାଉଣ୍ଟାଣ୍ଟ ନବୀନ କୁମାର ପ୍ରଧାନ, ଯୋଗକ୍ଷଣ ବିଭାଗ ର କର୍ମଚାରୀ ପ୍ରମୋଦ କୁମାର ପ୍ରଧାନ, ସମାଜସେବୀ ପ୍ରକାଶ ବେହେରା, ବାବୁଲାଲ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଶିକ୍ଷକ୍ଷନୁଷ୍ଠାନ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସି ଆର ପି, ଏମ. ବି. କେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇ ନିଜ ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ଏହି ସଚେତନତା ସପ୍ତାହ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତା କାନ୍ତି ବଳିୟାର ସିଂହ ସମସ୍ତ ଙ୍କୁ ସଚେତନତା ର ଶପଥ ପାଠ କରାଇବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଆସନ୍ତାକାଲି ଏହି ସଚେତନତା କାର‌୍ୟ୍ୟକ୍ରମ କଣ୍ଟାମାଲ ବ୍ଲକ ର ଋଣ୍ଡିମହୁଲ ଠାରେ ଅନୁଷ୍ଠିତ ହେବ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930