Indus Valley Times

ପିନ୍ କଣ୍ଟା ଯୋଗୁଁ ଚାଲିଗଲା ଛାତ୍ରଙ୍କ ଜୀବନ ; ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର

 Breaking News

ପିନ୍ କଣ୍ଟା ଯୋଗୁଁ ଚାଲିଗଲା ଛାତ୍ରଙ୍କ ଜୀବନ ; ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର

October 30
17:59 2025

ଦାରିଙ୍ଗବାଡ଼ି,୩୦/୧୦ : କନ୍ଧମାଳ ଜିଲାରେ ବହୁ ଚର୍ଚ୍ଚିତ ପିନ ଗିଳି ସପ୍ତମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଗୁରୁବାର ଅପରାହ୍ନରେ ଲିଖିତ ଅଭିଯୋଗ ହୋଇଛି।
ତାଙ୍କ ପୁଅ ମୃତ୍ୟୁ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରାଯାଇଛି। ତାଙ୍କ ପୁଅକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ନ ଥିଲେ ହୁଏତ ତାଙ୍କ ପୁଅ ଆଜି ଜୀବିତ ଥାଆନ୍ତା ବୋଲି ଅଭିଯୋଗରେ ଦର୍ଶାଯାଇଛି।
ପ୍ରକାଶ ଯେ, ଦାରିଙ୍ଗବାଡ଼ି ବିଦ୍ୟୁତ କାର୍ଯ୍ୟାଳୟ ସାହିରେ ରହୁଥିବା କାଳୀ ପ୍ରସାଦ ମିଶ୍ରଙ୍କ ୧୨ ବର୍ଷର ପୁଅ ତାଙ୍କ ମାମୁଘର ଫୁଲବାଣୀ କଣ୍ଟ୍ରାକ୍ଟରପଡ଼ାରେ ରହି ପାଠ ପଢୁଥିଲେ ଗତ ୧୫ରେ ବିଦ୍ୟାଳୟରେ ଲାଗିଥିବା ନୋଟିସ୍ ବୋର୍ଡର ପିନ୍ କିଭଳି ଅସାବଧାନତା ବଶତଃ ଗିଳି ଦେଇଥିଲେ। ଏନେଇ ତୁଷାର ଏବଂ ତାଙ୍କ ସାଙ୍ଗସାଥୀ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଜଣାଇଥିଲେ। ତେବେ ତାଙ୍କ କଥାକୁ କେହି ବିଶ୍ୱାସ ନ କରି ଓଲଟି ପାଣି ପିଇଦେ ମଧ୍ୟାହ୍ନ ଭୋଜନ ଖାଇଲା ପରେ ପାଣି ପିଇଦେ ବୋଲି କହି ଗୁରୁତ୍ୱ ଦେଇ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ପରେ ବିଦ୍ୟାଳୟ ଛୁଟି ପରେ ତୁଷାର ଘରକୁ ଫେରି ଅଜା ଓ ମାମୁମାଇଁଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ମାମୁ ତାଙ୍କୁ ତୁରନ୍ତ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଉକ୍ତ ପିନ୍‌କୁ ଅପରେଶନ କରି ବାହାର କରିବା ସମ୍ଭବ ନ ଥିବାରୁ ଡାକ୍ତର ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ।
ପରିବାର ଲୋକ ସେଠାରୁ ବ୍ରହ୍ମପୁର ପରେ ଭୁବନେଶରର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଶିଶୁଭବନ ନେଇଥିଲେ ସେଠାରେ ଅପରେଶନ କରି ପିନ୍‌ଟିକୁ ବାହାର କରାଯାଇଥିଲେ ମଧ୍ୟ ସେ ଗୁରୁତର ଅବସ୍ଥାରେ ରହିଥିଲେ ଏବଂ ୨୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କ ଶେଷ କୃତ୍ୟ ଓ ମେଡିକାଲ ରିପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ନେଇ ଗୁରୁବାର ଦାରିଙ୍ଗବାଡ଼ି ଘରକୁ ଫେରିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦାରିଙ୍ଗବାଡ଼ି ଥାନା ଅଧିକାରୀ ତଥା ଡିଏସ୍‌ପି କନକ ମାଝୀ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ସେ ଉକ୍ତ ଅଭିଯୋଗପତ୍ରକୁ ଫୁଲବାଣୀ ଥାନାକୁ ହସ୍ତାନ୍ତର କରିବେ ଘଟଣାଟି ଫୁଲବାଣୀରୁ ହୋଇଥିବାରୁ ସେଠାକାର ପୋଲିସ ଘଟଣାର ତଦନ୍ତଭାର ନେଇପାରେ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031