Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ବିରାଟ ଏକତା ପଦଯାତ୍ରା ସହ ଏକତାମୟ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ବିରାଟ ଏକତା ପଦଯାତ୍ରା ସହ ଏକତାମୟ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ

November 08
19:51 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୧୧ : ଭାରତର ଲୌହ ମାନବ ଓ ମହାନ୍ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନଙ୍କ ଆୟୋଜକରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ବିରାଟ ଧରଣର ଏକତା ପଦଯାତ୍ରା ସମେତ ବିଭିନ୍ନ କାର‌୍ୟ୍ୟକ୍ରମ ଏକତାମୟ ପରିବେଶ ମଧ୍ୟରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଏକ ବିରାଟ ପଦଯାତ୍ରା ଷ୍ଟାଡିୟମ୍ ଠାରୁ ବାହାରି ପୋଲିସ ଷ୍ଟେସନ ଓ ଷ୍ଟେଟବ୍ୟାଙ୍କ ଦେଇ କଲେଜ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରୁ ପୁଣି ଷ୍ଟାଡିୟମ୍ ପର୍ଯ୍ୟନ୍ତ ଫେରିଥିଲା ।
ଏହି ପଦଯାତ୍ରାକୁ ବ୍ରହ୍ମପୁର ଲୋକସଭା ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ତ୍ରିରଙ୍ଗା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ପଦଯାତ୍ରାରେ ପାରଳା ସହରର ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ବୁଦ୍ଧିଜୀବୀ , ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ , ସମସ୍ତ ବିଭାଗ ଅଧିକାରୀ ଓ କର୍ମଚାରୀ , ମହିଳା ସ୍ୱୟଂ ସହାୟକ ଦଳର ମହିଳା ଏଭଳି ୫ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ଥିଲେ ।
ପୋଲିସ ଷ୍ଟେସନ ସମ୍ମୁଖରେ ଆୟୋଜିତ ମଞ୍ଚରେ ଦେଶାତ୍ମକ ବୋଧ ସଙ୍ଗୀତ ଓ ଗୁଣ୍ଡିଚା ବାଡି ପଡିଆ ଠାରେ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଷ୍ଟାଡିୟମ୍ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଏକ ସଭା କାର‌୍ୟ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଲୋକସଭା ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ସର୍ଦ୍ଦାର ପଟେଲ ଜଣେ ସତ୍ୟ ସେବକ , ଦେଶଭକ୍ତ ଓ ଦୃଢ଼ ଇଚ୍ଛାଶକ୍ତିର ପ୍ରତୀକ ଥିଲେ । ଭାରତର ଏକଟାକୁ ଅଖଣ୍ଡତା ତଥା ଅବିଭକ୍ତ କରିବା ପାଇଁ ସେ ଯେଉଁ ଭଳି ସାହାସ ଓ ଦୃଢ଼ତା ଦେଖାଇଥିଲେ ତାଙ୍କର ସେହି କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟ ସମସ୍ତଙ୍କୁ ପ୍ରେରିତ କରିଛି । ଦେଶ ସ୍ବାଧୀନ ହେବା ପରେ ୫୬୨ ଦେଶୀୟ ରାଜ୍ୟକୁ ଏକତାର ସୂତ୍ରରେ ବାନ୍ଧି ଏକ ସଙ୍ଗରେ ଆଣି ଏକ ଭାରତ ଶ୍ରେଷ୍ଠ ରାଷ୍ଟ୍ର ଗଠନ କରିବା ଦିଗରେ ଯେଉଁ ଅପୂର୍ବ ସାହସିକ କାର୍ଯ୍ୟ କରି ଯାଇଛନ୍ତି , ତାହା ଭାରତ ଇତିହାସରେ ଚୀର ଅମର ହୋଇ ରହିବ ।
ତେଣୁ , ଜାତୀୟ ଏକତା ଏବଂ ଅଖଣ୍ଡତାର ଭାବନାକୁ ସର୍ବଦା ବଜାୟ ରଖିବା ଦିଗରେ ସେ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ , ପାରଳା ପୌରଧ୍ୟାକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ ।
ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଷ୍ଟାଡିୟମ୍ ପରିସରରେ ବୃକ୍ଷ ରୋପଣ କରିଥିଲେ । ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031