Indus Valley Times

ଭୁବନରେ ମଧ୍ୟଯୁଗୀୟ ମାନସିକତା, ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ବାମୀ

 Breaking News

ଭୁବନରେ ମଧ୍ୟଯୁଗୀୟ ମାନସିକତା, ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ବାମୀ

November 16
18:04 2025

ଢେ଼ଙ୍କାନାଳ , ୧୬/୧୧: ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର। ତୁ ମତେ ପୁଅ ଦେଇ ପାରୁନୁ ,ଏହି ଘରେ ରହିବାର ଅଧିକାର ତୋର ନାହିଁ। ପଞ୍ଚମ ଝିଅ ଜନ୍ମ ପରେ ସ୍ଵାମୀ ଆକ୍ରୋଶର ଶିକାର ହେଲେ ମା, ମାଡ଼ ମାରି ଘରୁ ବାହାର କରିଦେଲେ। ମାତ୍ର ପନ୍ଦର ଦିନର କନ୍ୟା ଶିଶୁ ଏବଂ ଜନ୍ମିତ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଆଶ୍ରୟ ପାଇଁ ପହଞ୍ଚିଥିଲେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ। ଏଭଳି ଏକ ଅମାନୁଷିକ କାର‌୍ୟ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୂରୁଗା ଗ୍ରାମରେ।
ଅକଥନୀୟ ଅତ୍ୟାଚାର କରନ୍ତି ସ୍ଵାମୀ ଚୈତନ୍ୟ
ସୂଚନାରୁ ଜଣାପଡ଼ିଛି ଭୁବନ ବ୍ଲକ ଚଂପାନାଳିଆ ଗ୍ରାମର ମୋହନା ନାୟକଙ୍କ ଝିଅ ସୁଲୋଚନା ନାୟକଙ୍କୁ ଢେ଼ଙ୍କାନାଳ ସ୍ଥିତ ଗୁଡ଼ିଆକାଟେଣି ଗ୍ରାମର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟ ନାୟକ ଗତ ଚଉଦ ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ହେବା ପର ଠାରୁ ଚୈତନ୍ୟ ବିବାହ କରିଥିବା ସ୍ତ୍ରୀଙ୍କ ମାମୁଁ ଘରେ ଅର୍ଥାତ୍ ମୂରୁଗା ଗ୍ରାମରେ ରହି ଆସୁଛନ୍ତି।
ସେବେଠାରୁ ବର୍ତ୍ତମାନ ପର୍ଯ୍ୟର‌୍ୟ୍ୟନ୍ତ ଚୈତନ୍ୟଙ୍କ ପାଞ୍ଚଗୋଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଉପରେ ବାରମ୍ବାର ଅକଥନୀୟ ଅତ୍ୟାଚାର କରନ୍ତି ସ୍ଵାମୀ ଚୈତନ୍ୟ । ଏଭଳିକି ପଞ୍ଚମ କନ୍ୟା ମାତ୍ର ୧୫(ପନ୍ଦର) ଦିନର ହୋଇଥିବା ବେଳେ ଗତ ରାତିରୁ ସ୍ତ୍ରୀ ସହିତ ନିଜ ଜନ୍ମ କରିଥିବା ଝିଅମାନଙ୍କୁ ମଧ୍ୟ ଘରୁ ବାହାର କରିଦେଇଛନ୍ତି ଅମଣିଷ ବାପା । ଅନ୍ୟା ଉପାୟ ନପାଇ ଶୀତ ରାତିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଗୃହ ପରିସର ମଧ୍ୟରେ ଶୋଇଥିଲେ।
ଆଜି ଏନେଇ ଖବର ପାଇ ପହଞ୍ଚିଥିଲେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା। ସମସ୍ତ ଘଟଣା ଶୁଣିବା ପରେ ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ଛଅ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଥଇଥାନ କରିଥିଲେ । ତେବେ ଏନେଇ ପରିବାର ପକ୍ଷରୁ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନାଙ୍କ ମା’ ମୋହନା ନାୟକ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31