Indus Valley Times

କୁଲାରୀକୁଦ ପ୍ରସ୍ତାବିତ ଇକୋ ଟୁରିଜମ ବୁଲି ଦେଖିଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

 Breaking News

କୁଲାରୀକୁଦ ପ୍ରସ୍ତାବିତ ଇକୋ ଟୁରିଜମ ବୁଲି ଦେଖିଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

କୁଲାରୀକୁଦ ପ୍ରସ୍ତାବିତ ଇକୋ ଟୁରିଜମ ବୁଲି ଦେଖିଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ
November 27
20:04 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୧୧ : (ଗୁରୁବାର) ଦିନ ସକାଳ ୯ ଘଟିକା ସମୟରେ ବୌଦ୍ଧ ସହର ମର୍ଜାକୁଦ ନିକଟରେ ଥିବା ମହାନଦୀ ପରିବେଷ୍ଟିତ କୁଲାରୀ କୁଦକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଏବଂ ଟିମ । ଆଜି ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ପ୍ରସ୍ତାବିତ ଇକୋ ଟୁରୀଜମ ପାଇଁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ।
ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ, ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ,ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ସନ୍ଦୀପ ଛୁଆଲ ସିଂହ, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ କୁନା ଚରଣ ସିଂ, ଇରିଗେସନ ର ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ, ନିର୍ବାହୀ ଯନ୍ତ୍ରୀ, ଆର. ଡି. ମଧୁସ୍ମିତା ଦଳେଇ, ଜ଼ିଲ୍ଲା ପର‌୍ୟ୍ୟଟନ ଅଧିକାରୀ ପ୍ରଭାକର କଁହର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଆର. ଆଇ. ଅନିଲ କୁମାର ପ୍ରଧାନ, ଏବଂ ବନ ବିଭାଗ ର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ପର‌୍ୟ୍ୟଟନ ର ବିକାଶ ପାଇଁ କୁଲାରିକୁଦ ଠାରେ ଏକ ଇକୋ ଟୁରିଜମ ସ୍ଥାପନ ପାଇଁ ଡି ପି ଆର ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଡିସେମ୍ବର ମାସ ଦ୍ଵିତୀୟ ସପ୍ତାହ ରେ ପୁଣିଥରେ ଏହି କ୍ଷେତ୍ର ପରିଦର୍ଶନ ପାଇଁ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031