Indus Valley Times

୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ

 Breaking News

୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ

୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ
November 28
18:39 2025

ଭୁବନେଶ୍ୱର, ୨୮/୧୧ : ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ଶୀତକାଳିନ ଅଧିବେଶନର ଦ୍ବିତୀୟ ଦିନରେ ଶୁକ୍ରବାର ଅପରାହ୍ନରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଗୃହରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମୁଖ୍ୟମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ୧୭,୪୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି।
ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି। ସରକାରୀ ଯୋଜନା, ଉନୟନମୁଳକ କାର୍ଯ୍ୟକ୍ରମ ବାବଦରେ ୧୩,୭୧୬ କୋଟି ଟଙ୍କା ଏବଂ ପ୍ରଶାସନିକ କାର୍ଯ୍ୟ ବାବଦକୁ ୩,୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ଅତିରିକ୍ତ ବଜେଟ ମାଧ୍ୟମରେ ରାଜ୍ୟର ଶିକ୍ଷା, କୃଷି, ସ୍ଵାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, ମହିଳା ସଶକ୍ତୀକରଣ ଆଦି ବିଭାଗର ବିକାଶମୂଳକ କାର୍ଯ୍ୟ କରାଯିବ।
ନଜର ପକାନ୍ତୁ, କେଉଁ ବିଭାଗକୁ କେତେ ଟଙ୍କା ହେଲା ବ୍ୟୟ ବରାଦ?
ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି
ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି
ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି
କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି
ସହରୀ ବିକାଶ ପାଇଁ ୨୩୦୩ କୋଟି
ଶିକ୍ଷା କ୍ଷେତ୍ର ପାଇଁ ୨୩୨୭ କୋଟି
ମହିଳା ଓ ଶିଶୁ ବିକାଶ ପାଇଁ ୧୫୫୮ କୋଟି
ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ୧୧୭ କୋଟି
ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି
ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି
ଶିଳ୍ପ ଏବଂ ଏମଏସଏମଇ ବିକାଶ ପାଇଁ ୩୩୭ କୋଟି
ଓଡ଼ିଆ ଭାଷା, ସଂସ୍କୃତି ଏବଂ ହସ୍ତତନ୍ତ, ବୟନଶିଳ୍ପ ପାଇଁ ୩୬୩ କୋଟି
ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ ୩୧୬ କୋଟି

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031