Indus Valley Times

୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି

 Breaking News

୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି

୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି
November 29
19:55 2025

ଭୁବନେଶ୍ୱର , ୨୯/୧୧ : ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି। ୮ ଲକ୍ଷରୁ ଅଧିକ ରାସନ କାର୍ଡ କଟିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।
ବିଧାନସଭାରେ ମନ୍ତ୍ରୀ ବିବୃତି ଦେଇ କହିଥିଲେ, ଗତ ୧୫ ମାସ ସରକାରରେ ଇ-କେୱାଇସି ଲାଗୁ କରିଥିଲେ। ୯୬% ହିତାଧିକାରୀ ଇ-କେୱାଇସି କରିଛନ୍ତି।
କେବଳ ୪% ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ମଧ୍ୟରୁ ୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ ବ୍ୟକ୍ତି ଅଟନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ୭୫ ହଜାର ୩୦ ଜଣ ସରକାରୀ ଚାକିରିଆ ଏବଂ ୪୫ ହଜାର ୪୯୬ ଜଣ ଆୟକର ଦାତାଙ୍କୁ ମିଶାଇ ମୋଟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି।
ତେବେ ସବୁଠୁ ବଡ କଥା ହେଉଛି ଗରିବଙ୍କ ରାସନ କାର୍ଡ କଟିନି। ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ଏବଂ ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031