Indus Valley Times

ମୋକିମଙ୍କ ଚିଠି: କେନ୍ଦ୍ରୀୟ ନେତାଙ୍କ ଦ୍ୱାରା ହେବ ସମାଧାନ

 Breaking News

ମୋକିମଙ୍କ ଚିଠି: କେନ୍ଦ୍ରୀୟ ନେତାଙ୍କ ଦ୍ୱାରା ହେବ ସମାଧାନ

ମୋକିମଙ୍କ ଚିଠି: କେନ୍ଦ୍ରୀୟ ନେତାଙ୍କ ଦ୍ୱାରା ହେବ ସମାଧାନ
December 12
18:28 2025

ଭୁବନେଶ୍ୱର,୧୨/୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା କଂଗ୍ରେସରେ ବିବାଦ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା ହେବ। କେନ୍ଦ୍ରୀୟ ନେତା ହସ୍ତକ୍ଷେପ କରିବେ, ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି। ବିବାଦର ସମାଧାନ ହୋଇ କିଭଳି ସଂଗଠିତ ହୋଇ କାମ କରାଯିବ, ଆଲୋଚନା ହେବ।
ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଥିଲେ। ପୂର୍ବରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ପ୍ରଶ୍ନ କରି ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିବା ପରେ ନିଜର ମତ ରଖିଛନ୍ତି।
ମୋକିମ୍ କହିଛନ୍ତି ଯେ, ସେ କାହା ବିରୋଧରେ କିଛି କହିବେ ନାହିଁ। ମାତ୍ର ସେ ‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛନ୍ତି’ ଏବଂ ‘ଯାହା କରୁଛି ସବୁ ଭୁଲ ଓ ଠିକ୍ ମୋର’।
ମୋକିମ୍ ବାରମ୍ବାର ନିର୍ବାଚନ ହାରୁଥିବା ବରିଷ୍ଠ ନେତାମାନଙ୍କୁ ପଦପଦବୀ ନ ନେଇ ‘ମାର୍ଗଦର୍ଶକ’ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯୁବକଙ୍କୁ ନେତୃତ୍ୱ ଦେବା ପାଇଁ ବାଟ ଛାଡ଼ନ୍ତୁ। କଂଗ୍ରେସକୁ ପୁନର୍ଜୀବନ ଦରକାର ଥିବାରୁ ‘ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି’ ସହ ଯୁବ ନେତୃତ୍ୱ ଆବଶ୍ୟକ।
ମୋକିମ୍ ପୂର୍ବତନ ଓ ବର୍ତ୍ତମାନର ପିସିସି ସଭାପତିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ତିନି ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ ରେ ନେତୃତ୍ୱ ମିଳିଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟ୍‌ରେ ହାରିଥିବା ଓ ତାଙ୍କ ସଂସଦୀୟ କ୍ଷେତ୍ରର କର୍ମୀ ତାଙ୍କୁ ବିଶ୍ୱାସ ନ କରୁଥିବା ଯୋଗୁଁ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ‘ଅସମ୍ଭବ ବ୍ୟାପାର’। ସେହିପରି ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ ପାଇଲା ଏବଂ ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଥିଲେ।
ସେ ଆହୁରି କହିଥିଲେ ଯେ, ବିଧାୟକ ଥିବାବେଳେ ୩ ବର୍ଷ ଅପେକ୍ଷା କରି ମଧ୍ୟ ସେ ରାହୁଲଙ୍କୁ ଦେଖା କରିପାରିନଥିଲେ। ରାହୁଲ ‘କୋଟେରୀ ଗ୍ରୁପ୍‌’ରୁ ନ ବାହାରିଲେ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ‘ଭାରତ ଯୋଡ଼ ଯାତ୍ରା’ ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହି ମଧ୍ୟ ତୃଣମୂଳ କର୍ମୀଙ୍କୁ ଭେଟି ନଥିବାରୁ ମୋକିମ୍ ନିରାଶା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031