Indus Valley Times

ଜିଲ୍ଲା ଖାଉଟି ବିବାଦ ଅଦାଲତଙ୍କ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ବିୟୋଗରେ ଶୋକସଭା

 Breaking News

ଜିଲ୍ଲା ଖାଉଟି ବିବାଦ ଅଦାଲତଙ୍କ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ବିୟୋଗରେ ଶୋକସଭା

ଜିଲ୍ଲା ଖାଉଟି ବିବାଦ ଅଦାଲତଙ୍କ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ବିୟୋଗରେ ଶୋକସଭା
December 19
10:33 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୯/୧୨ : ଜିଲ୍ଲା ଖାଉଟି ବିବାଦ ସମାଧାନ ଅଦାଲତରେ କାର୍ଯ୍ୟରତ ବରିଷ୍ଠ ଷ୍ଟେନୋ ଧନୁର୍ଜୟ ନାୟକଙ୍କ ଗତ କାଲି ୧୬ ତାରିଖ ରେ ହୃଦଘାତ ଜନିତ ଅକାଳ ବିୟୋଗ ଅବସରରେ ଖାଉଟି ବିବାଦ ଆୟୋଗ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ଖାଉଟି ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ଶ୍ରୀ ମିଶ୍ର,ସଭ୍ୟ ଶ୍ରୀ କରୁଣାକର ନାୟକ,ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର, ଉପସଭାପତି ସନ୍ତୋଷ ରାଉତରାୟ, ବରିଷ୍ଠ
ଆଇନଜୀବୀ ଶ୍ରୀ ଅରୁଣ ମହାପାତ୍ର, ଦଣ୍ଡପାଣି ନାୟକ,କୃପାସିନ୍ଧୁ ନାୟକ, ରାଧାକୃଷ୍ଣ ସାହୁ,ଅର୍ଜୁନ ସାହୁ, ପୁଷ୍ପାଞ୍ଜଳି ମିଶ୍ର, ଦେବାଶିଷ ପଟ୍ଟନାୟକ,ରତିକାନ୍ତ ପଟ୍ଟନାୟକ, ଶିବାଶିଷ ମହାନ୍ତି, ଉଦୟନାଥ ମିଶ୍ର ପ୍ରମୁଖ ସ୍ବର୍ଗତ ନାୟକଙ୍କ ଅମାୟିକ ବ୍ୟକ୍ତିତ୍ୱ,ନିଷ୍ଠାପରତା ର ସହିତ କାର୍ଯ୍ୟ ସମ୍ପାଦନ, ପରୋପକାରିତା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।
ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031