Indus Valley Times

ଏକାଠି ହେଲେ ପରାଜିତ ଓ ଅସନ୍ତୁଷ୍ଟ ବିଜେଡି ନେତା, ନୂଆବର୍ଷ ପୂର୍ବରୁ କଲେ ପାୱାର ଶୋ’

 Breaking News

ଏକାଠି ହେଲେ ପରାଜିତ ଓ ଅସନ୍ତୁଷ୍ଟ ବିଜେଡି ନେତା, ନୂଆବର୍ଷ ପୂର୍ବରୁ କଲେ ପାୱାର ଶୋ’

ଏକାଠି ହେଲେ ପରାଜିତ ଓ ଅସନ୍ତୁଷ୍ଟ ବିଜେଡି ନେତା, ନୂଆବର୍ଷ ପୂର୍ବରୁ କଲେ ପାୱାର ଶୋ’
December 19
19:56 2025

ଭୁବନେଶ୍ବର, ୧୯/୧୨: ସାଧାରଣ ନର୍ବାଚନରେ ପରାଜୟ ପରଠୁ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡ଼ିଛି। ଦଳ ଅନ୍ୟ କାହାର ଇଙ୍ଗିତରେ ପରିଚାଳିତ ହେଉଥିବା ଅଭିଯୋଗ ଆଣି ଅନେକ ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି।
ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ନେତା ମେଳି ମଧ୍ୟ କରୁଛନ୍ତି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ବି ହେଉଛି। ଅବଶ୍ୟ ଦଳ ସଭାପତି ଏହାକୁ ନେଇ ତାଗିଦ କରିଛନ୍ତି। ହେଲେ ଏବେ ପୁଣି କିଛି ଦଳୀୟ ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଶନିବାର ବିଜେଡିର କିଛି ପୂର୍ବତନ ବିଧାୟକ ଓ ବିଧାୟକ ପୁଣି ଏକାଠି ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ନିମନ୍ତ୍ରଣରେ ଝୁମକାର ଏକ ଫାର୍ମ ହାଉସରେ ମେଳି ବାନ୍ଧି ଏହି ପୂର୍ବତନ ବିଧାୟକମାନେ ସେମାନଙ୍କର ଆଗାମୀ ଭବିଷ୍ୟତ ବାବଦରେ ଆଲୋଚନା କରିଥିବା କୁହାଯାଉଛି। ଅବଶ୍ୟ ଏସମ୍ପର୍କରେ ସେମାନେ ଗଣମାଧ୍ୟମରେ କିଛି କହିନଥିବାବେଳେ ସମସ୍ତେ ବନ୍ଧୁମିଳନ ପାଇଁ ଆସିଥିବା କହିଛନ୍ତି।
ଏନେଇ ପୂର୍ବତନ ବିଜେଡି ବିଧାୟକ କହିଛନ୍ତି ପ୍ରଭୁ ଜାନୀ କହିଛନ୍ତି, ଆମେ ମାନେ ଆମେ ଆଜି ଏକାଠି ହୋଇଛୁ । ଗୋଟେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଉଛି ।
ଆଜି ଏଠି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରାଯିବ। ଚନ୍ଦ୍ର ସାରଥୀ ବେହେରା ସମସ୍ତଙ୍କୁ ଡାକିଛନ୍ତି। ସଂଗଠନ ଆଗକୁ କେମିତି ବଢ଼ିବ ସେ ବିଷୟରେ ଆଲୋଚନା ହେବ। ଦଳରେ ଯୁବ ନେତୃତ୍ୱ ଆଗକୁ ଆସିବା ଦରକାର ଅଛି। ଯୁବ ନେତୃତ୍ୱଙ୍କୁ ନେଇ ଆଜିଠୁ ଗୋଟେ ନୂଆ ସମୀକରଣ ଆରମ୍ଭ ହେବ ବୋଲି କହିଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରଭୁ ଜାନୀ।
ସେହିପରି ପୂର୍ବତନ ବିଧାୟକ ମହିଧର ରଣା କହିଛନ୍ତି ୨୦୨୫କୁ ବିଦାୟ ଦେଇ ଆଜି ଆମେ ବନ୍ଧୁ ମିଳନ କାର‌୍ୟ୍ୟକ୍ରମ କରୁଛୁ। ମୋତେ ଖବର ଦିଆ ଯାଇଥିଲା ମୁଁ ଆସିଛି। ଏହି ଆଲୋଚନା ଦ୍ୱାରା ସଙ୍ଗଠନ ଆହୁରି ସୁଦୃଢ଼ ହେବ।’’
ସେହିଭଳି କିଶୋର ତରାଇ କହିଛନ୍ତି ୟଙ୍ଗ ମାସକୁ ନେଇ ଏକ ଭୋଜିରେ ଆୟୋଜନ ହୋଇଛି । ଦଳକୁ ଆଗେଇ ନେବା ପାଇଁ ଯେଉଁ ନେତୃତ୍ୱ ଦରକାର ସେ ଯଦି ନିଜେ ଅଲଗା ଲୋକଙ୍କ ହାତରେ ଟେକି ଦେଇ ନିଜେ ବସିଯିବେ ତେଣୁ ଯାହା ପରିସ୍ଥିତି ହେବା କଥା ହେବ ।
ସେଥିପାଇଁ ପଞ୍ଚାୟତ ସ୍ତରରେ ନେତା ଦଳ ଛାଡ଼ୁଛନ୍ତି । ତାକୁ ରୋକିବା ପାଇଁ ଆଜିର ବୈଠକରେ ଆଲୋଚନା ହେବ। କାହା ନା ନେବା ପାଇଁ ଚାଁହୁନି । ୨୦୨୪ରେ ଏ ଦୁର୍ଦ୍ଦିନ ଆସିଲା କାହିଁକି ? ଖମାଖିଆଲି ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ଆମ ଦଳର ନଥିଲେ ସେମାଙ୍କୁ ଆଣି ଟିକେଟ ଦେବା।
ଦଳର ଅସୁବିଧା ସମୟରେ ଯେଉଁମାନେ ମାଡ଼ ଖାଇ, ଗାଳି ଖାଇ ଦଳ ପାଇଁ ଆଗକୁ ଯାଇଥିଲେ ତାଙ୍କୁ ଅବହେଳା କରି ସାଧାରଣ ଲୋକମାନେ ବିତୃଷ୍ଣା ହୋଇ ପରାଜୟ ହେଲା । ଦଳ କୁ ବଞ୍ଚାଇ ରଖିବା ପାଇଁ ଚାଁହୁଥିଲେ ସେମିତି କରିବେନି। ନୂଆ ପରିକଳ୍ପନା କରି ନୂଆ ନେତୃତ୍ୱ ଯାହାଙ୍କ ଉପରେ ତାଙ୍କର ବିଶ୍ୱାସ ଅଛି ଆଗାମୀ ଦିନରେ ବଢ଼ାଇଲେ ବିଜେଡି ଆଗକୁ ଯିବ ବୋଲି କହିଛନ୍ତି କିଶୋର ତରାଇ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031