Indus Valley Times

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ରୁ ଅଧାରୁ ପାଠ ଛାଡିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆଇନ ସଚତନତା ଶିବିର

 Breaking News

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ରୁ ଅଧାରୁ ପାଠ ଛାଡିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆଇନ ସଚତନତା ଶିବିର

December 20
09:13 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ , ୨୦/୧୨ : ନୟାଗଡ଼ ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶ ରେ ସଚିବ, ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଦଶପଲ୍ଲା ବ୍ଲକ , ଘୁଗୁଡ଼ିପଡ଼ା ପଞ୍ଚାୟତ ର ଘୁଗୁଡ଼ି ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶତାଧିକ ଛାତ୍ର ଛାତ୍ରୀ, ଅଧିକାର ମିତ୍ର ମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀ ମାନଙ୍କ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଚେତନତା ଶିବିର କୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପ୍ରାଧିକରଣ କର୍ମଚାରୀ ପବନ କୁମାର୍ ବେହେରା ଅତିଥି ପରିଚୟ ପତ୍ର ପ୍ରଦାନ ଏବଂ ଶିବିର ଅନୁଷ୍ଠିତ ହେବାର ଲକ୍ଷ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀମତୀ ମଛଖଣ୍ଡ ନିଜ ବକ୍ତବ୍ୟ ରେ କହିଥିଲେ ଆଜିର ଶିଶୁ କଲି ର ଭବିଷ୍ୟତ। ଛାତ୍ର ଛାତ୍ରୀ ଯେପରି ଶିକ୍ଷାଦାନ ରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଶିକ୍ଷକ ଓ ଶିକଷୟିତ୍ରି ଙ୍କୁ ପରାମର୍ଶ ଦେଇଥିଲେ।
ଅଧାରୁ ପାଠ ଚାଡୁଥିବା ଛାତ୍ର ଛାତ୍ରୀ ଙ୍କୁ ବୁଝାଇ ସୁଝାଇ ପୁଣି ବିଦ୍ୟାଳୟ କୁ ଫେରାଇ ଆଣିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ି ଥିଲେ। ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଆଇନ ରେ ଥିବା ସୁବିଧା ସୁଯୋଗ ସମ୍ବନ୍ଧରେ ବୁଝାଇ ଥିଲେ।
ନୟାଗଡ଼ ଠାରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ବିଦ୍ୟାଳୟ ର ପାରିପାର୍ଶିକ ଅବସ୍ଥା କୁ ଦେଖି ଦୁଃଖ ପ୍ରକାଶ କରିଥିଲେ।
ପଠନ ଗୃହ ର ଅଭାବ, ଖେଳ ଆଡିଆ, ସାଇକଲ ଷ୍ଟାଣ୍ଡ ଏବଂ ଛାତ୍ର ଛାତ୍ରୀ ମାନେ ନିତ୍ୟ ବ୍ୟବହାର କରୁଥିବା ସ୍କୁଲ ବ୍ୟାଗ୍ କୁ ଦେଖି ସଚିବ ହତଭାଗ୍ ହୋଇଯାଇଥିଲେ।
ଏଥି ପ୍ରତୀ ଧ୍ୟାନ ଦେବାକୁ ସେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ, ଓକିଲ କାମାକ୍ଷା ପ୍ରସାଦ ଦାସ, ଅଧିକାର ମିତ୍ର , ପ୍ରଫୁଲ୍ଲ କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା କହଁର ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମସ୍ତ ଅଧିକାର ମିତ୍ର ଏବଂ ଆଇନ ସେବା ପ୍ରାଧିକରଣ କର୍ମଚାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031