Indus Valley Times

ଜିଲ୍ଲା ସ୍ତରୀୟ ମିଶନ A1 ଅନ୍ତର୍ଗତ ଅଭିଭାବକ ଓ ଅଭିଭାବିକା ସମ୍ମିଳନୀ ଅନୁଷ୍ଠିତ

 Breaking News

ଜିଲ୍ଲା ସ୍ତରୀୟ ମିଶନ A1 ଅନ୍ତର୍ଗତ ଅଭିଭାବକ ଓ ଅଭିଭାବିକା ସମ୍ମିଳନୀ ଅନୁଷ୍ଠିତ

January 11
12:31 2026

କମ୍ଭୁଧର କ୍ଷେତିଙ୍କୁ ରିପୋର୍ଟ
ବୌଦ୍ଧ, ୧୧/୧ : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବୌଦ୍ଧ ଦ୍ୱାରା ମିଶନ ଏ-ୱାନ ନିମନ୍ତେ ଚୟନ ହୋଇଥିବା ୧୦୨ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ଅଭିଭାବିକା ସମ୍ମିଳନୀ ଯୋଗୀନ୍ଦ୍ର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ବୌଦ୍ଧର ଶତାବ୍ଦୀ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଚଳିତ ମାସର ପ୍ରଥମ ସପ୍ତାହରେ ପରୀକ୍ଷାରେ ମୂଲ୍ୟାଙ୍କନ କରାଯାଇଥିବା ଖାତାଗୁଡ଼ିକୁ ଅଭିଭାବକ ଓ ଅଭିଭାବିକାମାନେ ବିଷୟ ସାଧନ କର୍ମୀମାନଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ।
ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ସମସ୍ତ ବିଷୟର ସାଧନ କର୍ମୀ ଓ ବିଷୟ ଉପଦେଷ୍ଟାମାନେ ମୂଲ୍ୟାଙ୍କନ ହୋଇଥିବା ଫଳା ଫଳକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କ ପ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପିଲାଙ୍କ ପରୀକ୍ଷା ସମୟରେ ପିତାମାତାଙ୍କ ଭୂମିକା ଉପରେ ଆଲୋକପାତ କରା ଯାଇଥିଲା ।
ଅଭିଭାବକମାନଙ୍କୁ ପିଲାଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ଏକ ଶାନ୍ତ ପରିବେଶ ସୃଷ୍ଟି କରି ପିଲାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ସୁସ୍ଥ ଅଭ୍ୟାସ ଯଥା ଉତ୍ତମ ନିଦ୍ରା, ପୁଷ୍ଟିକର ଖାଦ୍ୟ, ବିରତି, ଧ୍ୟାନ ପ୍ରଣାୟାମ ଆଦି ସୁନିଶ୍ଚିତ କରି ସେମାନଙ୍କ ପଢ଼ିବା ସମୟରେ ପିଲାଙ୍କ ପାଠ ପଢ଼ାରେ ସହଯୋଗ କରିବା ଓ ତାଙ୍କ ସହିତ ଗୃହ କାର୍ଯ୍ୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଥିଲା ।
ସକାରାତ୍ମକ ଶକ୍ତି ପ୍ରଦାନ କରି ସ୍ଥିରତା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ଆସନ୍ତା ୧୫.୦୧.୨୦୨୬ ରୁ ୧୭.୦୧.୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଆବାସୀୟ ଶିକ୍ଷଣ ଶିବିର ବିଷୟରେ ଆଲୋକପାତ କରିଥିଲେ।
ସଂସ୍କୃତ ଶିକ୍ଷୟିତ୍ରୀ ଓ ସାଧନ କର୍ମୀ ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031