Indus Valley Times

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ସୁନାଝିଅ ଟେନିଶା

 Breaking News

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ସୁନାଝିଅ ଟେନିଶା

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜି ମାରିଲେ ବୌଦ୍ଧର ସୁନାଝିଅ ଟେନିଶା
January 11
18:43 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୧ : ବୌଦ୍ଧ ଭାରତ ସରକାରଙ୍କ ଦ୍ୱାରା ୬୯ ତମ ୧୭ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ଜାନୁଆରୀ ୨୦୨୬ ତା ୬ ରିଖ ଠାରୁ ତା ୧୦ ରିଖ ପର୍ଯ୍ୟନ୍ତ ଝାରଖଣ୍ଡ ର ରାଞ୍ଚି ରେ ଆୟୋଜିତ ହୋଇଥିଲା ।
ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାଦଳ ରେ ବୌଦ୍ଧଜିଲ୍ଲାର ଟେନିଶା ମେହେର ଭାଗ ନେବାସହ ଓଡ଼ିଶାରାଜ୍ୟ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଶାରାଜ୍ୟର ଗୌରବ ରଖିଛନ୍ତି । ଟେନିଶା ମେହେର ବୌଦ୍ଧଭଳି ଗୋଟିଏ ଛୋଟଜିଲ୍ଲା ରୁ ଯାଇ ରାଜ୍ୟଦଳରେ ଜାତୀୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ ବୌଦ୍ଧ ଜିଲ୍ଲାର ବୁଦ୍ଧିଜୀବି ତଥା ଜନସାଧାରଣ ପ୍ରଶଂସା କରିବା ସହିତ ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର , ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ , ସମ୍ପାଦକ ଶ୍ରୀଯୁକ୍ତ ଅର୍ଜୁନ କଅଁର , ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଭାପତି ଶ୍ରୀଯୁକ୍ତ ମିନୁ ପ୍ରସାଦ ମିଶ୍ର , ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ମଲ୍ଲିକ ଶୁଭେତ୍ସା ଜଣେଇବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
ଟେନିଶାଙ୍କ ଏହି ସଫଳତା ଖବର ପାଇବାପରେ ସମଗ୍ର ବୌଦ୍ଧଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସେ ବୌଦ୍ଧଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁକନ୍ୟା ଅଟନ୍ତି ଓ ସେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031