Indus Valley Times

ବୌଦ୍ଧ ଜିଲ୍ଲା ସ୍ତରୀୟ ମିଶନ ଏ -୧ ଅନ୍ତର୍ଗତ ତ୍ରି-ଦିବସୀୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

 Breaking News

ବୌଦ୍ଧ ଜିଲ୍ଲା ସ୍ତରୀୟ ମିଶନ ଏ -୧ ଅନ୍ତର୍ଗତ ତ୍ରି-ଦିବସୀୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

January 15
19:38 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୧ : ବୌଦ୍ଧ ଜିଲ୍ଲାସ୍ତରୀୟ ମିଶନ ଏ -୧ ଅନ୍ତର୍ଗତ ତ୍ରି-ଦିବସୀୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଜେ ବି ହାଇସ୍କୁଲ, ମାଉଳସିଙ୍ଗା ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇ ଯାଇଛି ।
ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗଦେଇ ପ୍ରଶିକ୍ଷଣ ଶିବିରର ସଫଳତା କାମନା କରି ପିତାମାତାଙ୍କ ସ୍ବପ୍ନକୁ ସାକାର କରିବାକୁ କଠିନ ଅଧ୍ୟବସାୟ ସହିତ ଭୟଶୂନ୍ୟ ହୋଇ ପରୀକ୍ଷା ଦେଲେ ନିଶ୍ଚିତ ସଫଳତା ମିଳିବ ଯାହା ଜିଲ୍ଲା ପାଇଁ ଗୌରବ ଆଣିଦେବ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣି ବାରିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ସ୍ଥାନୀୟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କସ୍ତୁରୀ ବିଶ୍ୱାଳ ମଞ୍ଚାସୀନ ଥିଲେ ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୧୦୨ ଜଣ ମେଧାବୀ ଶିକ୍ଷାର୍ଥୀ ମନୋନୀତ ହୋଇ ଯୋଗ ଦେଇଥିଲେ ।
ତିନିଦିନ ଧରି ଚାଲିବାକୁ ଥିବା ଏ ଶିବିରରେ ଜିଲ୍ଲାର ୬୦ଜଣ ବିଷୟ ସାଧନ କର୍ମୀ ଏବଂ ଉପଦେଷ୍ଟାମାନେ ପିଲାଙ୍କ ସନ୍ଦେହ ମୋଚନ କରିବା ସହିତ ପ୍ରଶ୍ନୱାରୀ ଲିଖନ ଉପରେ ଧାରଣା ପ୍ରଦାନ କରିବେ ।
ଶେଷରେ ଏ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସର୍ବଦା ପ୍ରଯତ୍ନ ଜାରି ରଖିଥିବା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ ପ୍ରଧାନ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ମିଶନ A1 ଡାଏରୀ ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଧନ୍ୟବାଦ ଦେଇଥିଲେ । ଆୟୋଜନ କମିଟିର ସମସ୍ତ ସଦସ୍ୟ,ଶିକ୍ଷକ ଓ କର୍ମଚାରୀ କାର‌୍ୟ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31