Indus Valley Times

କନ୍ୟା ବିବାହ ଯୋଜନାର ଶୁଭାରମ୍ଭ; ଝିଅର ବାପା ହୋଇ ବାହାଘର କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଦେଲେ ଆଶୀର୍ବାଦ

 Breaking News

କନ୍ୟା ବିବାହ ଯୋଜନାର ଶୁଭାରମ୍ଭ; ଝିଅର ବାପା ହୋଇ ବାହାଘର କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଦେଲେ ଆଶୀର୍ବାଦ

କନ୍ୟା ବିବାହ ଯୋଜନାର ଶୁଭାରମ୍ଭ; ଝିଅର ବାପା ହୋଇ ବାହାଘର କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଦେଲେ ଆଶୀର୍ବାଦ
February 03
19:26 2026

ପୁରୁଷୋତ୍ତମପୁର,୩/୨ : ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି । ପଣ୍ଡିତ ବ୍ରାହ୍ମଣଙ୍କ ବେଦ ମନ୍ତ୍ରରେ ବିବାହ ମଣ୍ଡପ ପ୍ରକମ୍ପିତ ହୋଇଉଠିଥିବା ବେଳେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମାପନ ହୋଇଛି।
ଏହି ବିବାହ ବେଦୀରେ ଝିଅର ବାପା ଓ ଭାଇ ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି କନ୍ୟାଦାନ କରିଛନ୍ତି। ଏପରି ପୂଣ୍ୟ କାମ କରି ସେ ନିଜକୁ ଧନ୍ୟ ମନେକରି ବିବାହ କରିଥିବା ୨୦୧ ଜଣ ନବ ଦମ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଏହା ଏକ ନୂତନ ଜନମଙ୍ଗଳକାରୀ ଯୋଜନା । ଯୌତୁକ ପ୍ରଥାକୁ ବାରଣ କରିବା ସହ ମହିଳାଙ୍କୁ ସଶକ୍ତିକରଣ କରିବା, ଗରିବ ଶ୍ରେଣୀର ଲୋକଙ୍କ ଉପରେ ବିବାହର ଯେଉଁ ଆର୍ଥିକ ଭାର ପଡୁଛି, ତାହାକୁ କମାଇବା ସହ ବିଧବାମାନଙ୍କୁ ପୁନଃ ବିବାହ କରାଇବା ସହ ଝିଅମାନଙ୍କୁ ସାମାଜିକ ସୁରକ୍ଷା ସହିତ ଉପଯୁକ୍ତ ସମ୍ମାନ ଦେବା ଏହି ଯୋଜନାର ମୂଳଲକ୍ଷ୍ୟ ବୋଲି ସେ କହିଛନ୍ତି।
ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି । ଏହି ଟଙ୍କାରୁ ୪୫ ହଜାର ଟଙ୍କା କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବାବେଳେ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟକରୁଥିବା ସଂସ୍ଥାକୁ ଦିଆଯିବ ।
ସମସ୍ତ ଜିଲାରେ ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପରିବହନମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ଏମପି ଅନିତାପ୍ରିୟଦର୍ଶନୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ,ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଶିଦ୍ଧାନ୍ତ ମହାପାତ୍ର,ଆସିକା ବିଧାୟକ ସରୋଜ ପାଢୀ,ବ୍ରହ୍ମପୁର ବିଧାୟକ କେ.ଅନିଲ, ଜିଲାପାଳ ଭି କିର୍ତ୍ତିିଭାସନ, ଏସପି ଶୁଭେନ୍ଦୁ ପାତ୍ର ,ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା,ବିଡିଓ ଶରତ କୁମାର ପାତ୍ର ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31