Indus Valley Times

ସମୁଦ୍ରରେ ବୁଡ଼ି ଗଲେ ୩ ପର୍ଯ୍ୟଟକ, ଦେବଦୂତ ସାଜିଲେ ଉଦ୍ଧାରକରୀ ଦଳ

 Breaking News

ସମୁଦ୍ରରେ ବୁଡ଼ି ଗଲେ ୩ ପର୍ଯ୍ୟଟକ, ଦେବଦୂତ ସାଜିଲେ ଉଦ୍ଧାରକରୀ ଦଳ

ସମୁଦ୍ରରେ ବୁଡ଼ି ଗଲେ ୩ ପର୍ଯ୍ୟଟକ, ଦେବଦୂତ ସାଜିଲେ ଉଦ୍ଧାରକରୀ ଦଳ
February 15
18:40 2026

ପୁରୀ,୧୫/୨ : ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ବୁଡ଼ିଯାଇଥିଲେ ପାଞ୍ଚଜଣ ପର୍ଯ୍ୟଟକ। ତେବେ ସେଠାରେ ଉପସ୍ଥିତି ଥିବା ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ପାଞ୍ଚଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।
ସମୁଦ୍ର କୂଳ ସେକ୍ଟର ୨ ଦିଗବାରେଣି ଠାରେ ଖୋର୍ଦ୍ଧା ମଞ୍ଚେଶ୍ବରର ବିଭୂ ଦାସ, ହାପି ଦାସ, ସୁଗ୍ୟାନ ଦାସ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ‌। ସେହିପରି ସମୁଦ୍ର କୂଳ ସେକ୍ଟର ୧୦ ରେ କଟକର ବିରଞ୍ଚି ନାରାୟଣ ସ୍ବାଇଁ ଏବଂ ବସନ୍ତ କୁମାର ସାମଲ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ‌।
ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଲାଇଫ ଗାର୍ଡ ମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନର ଅବହେଳା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ଅଭାବକୁ ଦାୟୀ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031