ଆସିଲା ରାଜ୍ୟ ବଜେଟ୍: ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍
ଭୁବନେଶ୍ୱର, ୨୦/୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋଟ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛି । ଗତବର୍ଷ ତୁଳନାରେ ବଜେଟ୍ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି ।
ମୋହନ ସରକାର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।
ଶ୍ରୀମନ୍ଦିରରେ ଅନଲାଇନ୍ ଦାନ କରିବା ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାର୍ଟଫର୍ମ ଡିଜିଟାଲ ହୁଣ୍ଡି ପ୍ରଚଳନ କରାଯିବ । ଶ୍ରୀ ଜଗନ୍ନାଥ ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁରୀ ନିମନ୍ତେ ୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ସେହିପରି କେନ୍ଦ୍ର ସରକାର ଚଳିତ ଆର୍ଥିକ ବଜେଟରେ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ରେଳ ନିମନ୍ତେ ୧୦ ହଜାର ୯ ଶହ କୋଟି ୨୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।
ବିରଳ ମୃତ୍ତିକା କରିଡର ଅଧୀନରେ ପଦକ୍ଷେପ ଗୁଡ଼ିକୁ ଆଗକୁ ବଢ଼ାଇବାକୁ ଶିଳ୍ପ ବିଭାଗ ଅଧୀନରେ ମୋହନ ସରକାର ୧୦ କୋଟି ଟଙ୍କାର ଆବଣ୍ଟନ ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଜଳ ଭଣ୍ଡାର କ୍ଷେତ୍ର ବିକାଶ ପାଇଁ ୯୯ କୋଟି ଟଙ୍କା ଅନୁମୋଦନ କରାଯାଇଛି ।
ସେହିପରି ଚିଲିକାର ବିକାଶ ପାଇଁ ଚିଲିକା ପୁନରୁଦ୍ଧାର ନାମରେ ଏକ ନୂତନ ଯୋଜନା ଷୋଘଣା କରିଛନ୍ତି






