Indus Valley Times

ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ

ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ
March 11
10:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୩ : ମଙ୍ଗଳବାର ସନ୍ଧ୍ୟା ରେ ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ସନ୍ଧ୍ୟା ର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ତହସିଲଦାର, ହରଭଙ୍ଗା ବଳଦେବ ବେହେରା,ଡି ପି ସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ,ସମସ୍ତ ସି ଡି ପି ଓ,ଲିଡ଼ ବ୍ୟାଙ୍କ ମ୍ୟାନେଜର ଡନ ବସ୍କୋ, ସମସ୍ତ ବ୍ୟାଙ୍କ ମ୍ୟାନେଜର ପ୍ରମୁଖ ମଂଚାସୀନ ଥିଲେ ।
ଏହି ଅବସରରେ ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର‌୍ୟ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ଏହି ଅବସରରେ ସ୍ୱୟମ ଡ୍ୟାନ୍ସ ଏକାଡେମୀ, ମନମୁଣ୍ଡା, ବ୍ଲକ କଳା ସାଂସ୍କୃତିକ ସଂଘ, କଣ୍ଟାମାଲ, ସତ୍ୟଜିତ ପ୍ରଧାନ ମେଲୋଡି ଟିମ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।
ଏହି ଅବସରରେ ସୁଭଦ୍ରା ମାଆ ମାନଙ୍କ ମଧ୍ୟରୁ କଣ୍ଟାମାଲ ବ୍ଲକ ର ଜ୍ୟୋସ୍ନାମୟୀ ବିଶି, ବିଷ୍ନୁପ୍ରିୟା ଶର୍ମା, ବାସନ୍ତୀ ମିଶ୍ର, ହାଲିମା ବିବି ଏବଂ ସବିତା ବେହେରା ନିଜ ନିଜ ଅନୁଭୂତି ବଖାଣି ଥିଲେ ଏବଂ ପ୍ରଶାସନ ପକ୍ଷ ରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କ,ବୁଟୁପାଲି ଜହ୍ନାପଙ୍କ,ପଲସାଗୋରା ଏବଂ କଣ୍ଟାମକ୍ଷଲ, ୟୁନିଅନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ୟୁକୋ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ ଆଦି ବ୍ୟାଙ୍କ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ (ସର୍ବମୋଟ ୨୫୭ ଲକ୍ଷ ) ଟଙ୍କା ର ଡମି ଚେକ ପ୍ରଦାନ କରିଥିଲେ ସମ୍ପୃକ୍ତ ବ୍ୟାଙ୍କ ର ଶାଖା ପରିଚାଳକ ଏବଂ ଅତିଥି ବୃନ୍ଦ ।
ଏହି କାର୍ଯ୍ୟକ୍ରମ କୁ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ନବକିଶୋର ଦୀପ, ସଂଯୋଜିକା ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଶୁଭଲଷ୍ମୀ ମୁଦୁଲି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031