Indus Valley Times

ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧ ୩ୟ ବିଶ୍ୱ ଯୁଦ୍ଧର ଆଶଙ୍କା,ଆମେରିକାର ଭୂମିକା

 Breaking News

ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧ ୩ୟ ବିଶ୍ୱ ଯୁଦ୍ଧର ଆଶଙ୍କା,ଆମେରିକାର ଭୂମିକା

ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧ ୩ୟ ବିଶ୍ୱ ଯୁଦ୍ଧର ଆଶଙ୍କା,ଆମେରିକାର ଭୂମିକା
March 12
10:12 2026

ବରଦା ଦାସଙ୍କ ରିପୋର୍ଟ
କଟକ, ୧୨/୩ : କିଛି ମାସ ପୂର୍ବେ ଆମେରିକା ଦାଦାଗିରି ସ୍ୱରୂପ ଭେନେଜୁଏଲା ରାଷ୍ଟ୍ରପତି ମ।ଦୁରୋଙ୍କୁ ନିଶା କାରବାର ରେ ସମ୍ପୃକ୍ତି ଆଳ ଦେଖାଇ ଗିରଫ କରିଥିଲେ ।
ଅସଲ କାରଣ ଥିଲା ଭେନେଜୁଏଲା ରେ ୫ ଗୁଣ ଅଧିକ ତେଲ ଥିବାବେଳେ ସେ ଡଲାର କୁ ଆହ୍ୱାନ ଦେଇଥିବା ତିନିଦେଶ ଚୀନ୍ ଋଷ ଇରାନ ସହ ଯୋଡ଼ି ହେଉଥିଲେ । ଜେନେଭ। ରେ ଇରାନ ଆମେରିକା ପରମାଣୁ ଆଲୋଚନା ବିଫଳ ହେବା ପରେ ଅତର୍କିତ ଭାବରେ ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ପ୍ରବଳ ଆକ୍ରମଣ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି ।
ଥିଙ୍କର୍ଷ କ୍ଲବ ର ୧୪୯ ତମ ଆଭାସୀ ଆଲୋଚନା ମଧ୍ୟ ପ୍ରାଚ୍ୟ ଯୁଦ୍ଧ ର କାରଣ ଓ ପରିଣତି ବିଷୟରେ ପ୍ରାକ୍ତନ ପ୍ରଶାସକ ବିବେକ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର,ଆମ୍ବାସାଡର ଡ ମଳୟ ମିଶ୍ର, ମେଜର ଜେନେରାଲ ଅତନୁ ପଟ୍ଟନାୟକ, ପ୍ରଫେସର ସତ୍ୟ ନାରାୟଣ ମିଶ୍ର ବିଭିନ୍ନ ଦୃଷ୍ଟି କୋଣରୁ ଆଲୋଚନା କରିଥିଲେ ।
ସଭାକୁ ସଂଯୋଜନା କରି ଥିଙ୍କର୍ସ କ୍ଲବ ସଭାପତି ବରଦା ପ୍ରସନ୍ନ ଦାସ ବୁଲଗେରିଆ ର ନେତ୍ରହୀନ ବାବା ବଙ୍ଗ। ଓ ଫରାସୀ ଭବିଷ୍ୟ ବକ୍ତା ନୋଷ୍ଟାଦମ୍ସ ଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଲେ ୨୦୨୬ ରେ ବିଶ୍ୱ ୩ୟ ବିଶ୍ୱ ଯୁଦ୍ଧ ଆଡ଼କୁ ମୁହାଁଇବା ଯାହା ଭବିଷ୍ୟତ ପାଇଁ ବିନାଶକାରୀ ।
ଏହି ବଡ ଯୁଦ୍ଧ ସ।ତ ମାସ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ପର୍ଯ୍ୟାପ୍ତ ଧନ,ଜୀବନ କ୍ଷୟ ହେବ । ଚୀନ୍ ରୁଷିଆ ଓ ଆମେରିକା ମଧ୍ୟରେ ସିଧାସଳଖ ମୁକାବିଲା ହେଇପାରେ ।ବାହାରିନ ରୁ ସୁବାସ ସାହୁ,କୁଏତ୍ ରୁ ବିଶ୍ୱରଞ୍ଜନ, ଯନ୍ତ୍ରୀ ସୁଧାକର ପତ୍ରି, ସୁବାସ ପଟ୍ଟନାୟକ,ଉମାଶଙ୍କର ମିଶ୍ର ଓ ୟୁଟ୍ୟୁବ ରେ ଅନେକ ଅଂଶ ଗ୍ରହଣ କରିଥିଲେ । ବୈଷୟିକ ପରିଚାଳନା ଜ୍ୟୋତି ମଲ୍ଲ, ବିଭୁ ଦତ୍ତ ମହାନ୍ତି କରିଥିଲେ ।
ପରବର୍ତ୍ତୀ ଥିଙ୍କର୍ସ କ୍ଲବ ୧୫୦ ତମ ଆଭାସୀ ଆଲୋଚନା ସାଂସଦ ଓ ବିଧାୟକ ମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଓ ସାମ୍ପ୍ରତିକ ଭୂମିକା ବିଷୟରେ ଅନୁଷ୍ଠିତ ହେବ । ଆଗ୍ରହୀ ବ୍ୟକ୍ତି , ଲୋକ ପ୍ରତିନିଧି ଯୋଗ। ଯୋଗ କରି ପାରିବେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031