Indus Valley Times

ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା କରୁଛି ଘୋଡ଼ା ବେପାର

 Breaking News

ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା କରୁଛି ଘୋଡ଼ା ବେପାର

ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା କରୁଛି ଘୋଡ଼ା ବେପାର
March 14
14:23 2026

ଭୁବନେଶ୍ୱର,୧୪/୩ : ଦିନକ ପରେ ରାଜ୍ୟସଭା ନିର୍ବାଚନ । ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । ଚାଲିଛି ଆରୋପ, ପ୍ରତ୍ୟାରୋପ ଲଢେଇ ।
କିଏ କହିଲାଣି ଆମ ବିଧାୟକ ଫୋନ୍ ଉଠାଉନାହାନ୍ତି, ତ ଆଉ କିଏ କହିଲାଣି .. ତାଙ୍କ କଥା ଆମକୁ କାଇଁ ପଚାରୁଛ। ଆଉ ଏବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ଦଳକୁ ଟାର୍ଗେଟ କରିଛନ୍ତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଗକୁ ରାଜ୍ୟସଭା ନିର୍ବାଚନ । ଏହାପୂର୍ବରୁ ଆମ ଦଳର ବିଧାୟକ ଏବଂ ନେତାମାନେ ନିର୍ବାଚନ ଅଧିକାରୀଙ୍କ ସହି ଭେଟିବାକୁ ଆସିଥିଲେ ।
କିପରି ଓ କେଉଁଭଳି ଭାବେ ନିର୍ବାଚନ ହେବ । ସେ ବିଷୟରେ କଥା ହୋଇଛି । ଏହି ଅବସରରେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ଘୋଡ଼ା ବେପାର କରୁଛି । ଗଣତାନ୍ତ୍ରିକ ନିର୍ବାଚନରେ ଘୋଡ଼ାବେପାର ।
ଅନ୍ୟପଟେ ନବୀନଙ୍କ ବୟାନକୁ ମୁହଁ ଖୋଲିଛନ୍ତି ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ, ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଘୋଡା ବେପାରର ଅଭିଜ୍ଞତା ଅଛି । କାମଳ ରୋଗୀଙ୍କୁ ସବୁ ହଳଦିଆ ଦେଖାଯାଏ ।
ଆମେ ଘୋଡା ବେପାର କରୁ ନାହୁଁ । ସେମାନେ ଆମକୁ ଭୋଟ ଦେଉଛନ୍ତି ଆମେ ନେଉଛୁ । ଏହି ମନ୍ତବ୍ୟ ଦେବା ସହିତ ନବୀନ ବାବୁ ଆଡମିଟ କରିଦେଲେ ସେ ହାରିସାରିଲେଣି । ଆମେ ଘୋଡା ବେପାର କରୁ ନାହୁଁ ବିବେକାନୁମୋଦିତ ଭୋଟ ଦେବା ପାଇଁ ଅନୁରୋଧ କରୁଛୁ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031