Indus Valley Times

ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ, ୩ ବିଧାୟକ ସସ୍‌ପେଣ୍ଡ

 Breaking News

ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ, ୩ ବିଧାୟକ ସସ୍‌ପେଣ୍ଡ

ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ, ୩ ବିଧାୟକ ସସ୍‌ପେଣ୍ଡ
March 17
13:21 2026

ଭୁବନେଶ୍ୱର, ୧୭/୩: ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା କଂଗ୍ରେସ ତିନି ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା କଂଗ୍ରେସ ମିଡ଼ିଆ ସେଲ୍ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଉପରୋକ୍ତ ତିନି ଜଣ ବିଧାୟକ ଓ ବିଧାୟିକା ଦଳୀୟ ହ୍ୱିପକୁ ଅବମାନନା କରିଥିଲେ । ମୁଖିଆଙ୍କ ତାଗିଦ ସତ୍ତ୍ୱେ ଦଳ ବିରୋଧରେ ଯାଇ ଘୋଡ଼ା ବେପାରରେ ବିକ୍ରି ହୋଇଥିଲେ ଏବଂ କ୍ରସ୍ ଭୋଟିଂ କରିଥିଲେ । ସେଥିପାଇଁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ନିଲମ୍ବିତ କରାଯାଇଥିବା ଅରବିନ୍ଦ କହିଛନ୍ତି ।
ଆଗାମୀ ଦିନରେ ସେମାନଙ୍କୁ ଦଳରୁ ବହିଷ୍କୃତ କରାଯିବ ସହିତ ସଦସ୍ୟ ପଦ ରଦ୍ଦ ପାଇଁ ଏସଆଇସିସିକୁ ଚିଠି ଲେଖାଯାଇଛି । ଏପରିକି ସେମାନେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଆଲୋଚନା ପାଇଁ ମଧ୍ୟ ବେଙ୍ଗାଲୁରୁ ଯାଇନଥିଲେ । ଯାହାକି ସେମାନେ ଦଳଠୁ ଦୂରେଇ ଯାଇଥିବାର ପ୍ରମାଣ ମିଳିଛି । ତେଣୁ ଏମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅରବିନ୍ଦଙ୍କ କହିବା ଅନୁସାରେ, ସାମ୍ବିଧାନିକ ନିୟମାବଳୀ ଆଧାରରେ ତିନି ଜଣଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ସୁପାରିଶ କରାଯିବ । ଅତୀତରେ ଶରଦ ଯାଦବଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ପୁନରାବୃତ୍ତି ହେବ । ଯେଉଁ ଆଧାରରେ ଶରଦ ଯାଦବଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ସେହି ଆଧାରରେ ଏମାନଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ସୁପାରିଶ କରାଯିବ । ସମ୍ବିଧାନର ୧୦ ପରିଚ୍ଛେଦରେ ଥିବା ପାରା ୨(୧, କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031