Indus Valley Times

ଯଯାତି ୨୦୨୬: ଚତୁର୍ଥ ସନ୍ଧ୍ୟାରେ ଲୋକଙ୍କ ମନ ମୋହିଲେ ଗାୟିକା ନିତି ମୋହନ ,ମହୋତ୍ସବ ସଭାରେ ଯୋଗ ଦେଲେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

 Breaking News

ଯଯାତି ୨୦୨୬: ଚତୁର୍ଥ ସନ୍ଧ୍ୟାରେ ଲୋକଙ୍କ ମନ ମୋହିଲେ ଗାୟିକା ନିତି ମୋହନ ,ମହୋତ୍ସବ ସଭାରେ ଯୋଗ ଦେଲେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଯଯାତି ୨୦୨୬: ଚତୁର୍ଥ ସନ୍ଧ୍ୟାରେ ଲୋକଙ୍କ ମନ ମୋହିଲେ ଗାୟିକା ନିତି ମୋହନ ,ମହୋତ୍ସବ ସଭାରେ ଯୋଗ ଦେଲେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ
March 24
10:24 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୪/୩ : ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ଚତୁର୍ଥ ସନ୍ଧ୍ୟାରେ ବଲିଉଡ ନାଇଟରେ ମହୋତ୍ସବ ପଡ଼ିଆରେ ସୃଷ୍ଟି ହୋଇଥିଲା ଏକ ରଙ୍ଗୀନ ମାହୋଲ। ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା ଯଯାତି ମହୋତ୍ସବରେ।
ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇନ, ଅବକାରୀ ଏବଂ ନିର୍ମାଣ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଆୟୁକ୍ତ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ମଞ୍ଚରେ ଉପସ୍ଥିତ ଥିଲେ।
ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ଶ୍ରୀ ଅମର ନାଏକ କହିଥିଲେ ଯେ ଯାଜପୁର ଜିଲ୍ଲାର ଏକ ମହାନ କଲା ସଂସ୍କୃତି ରହିଛି ଏବଂ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳର ଉନ୍ନତି କରାଗଲେ ବିକାଶରେ ବେଶ୍ ସହାୟକ ହେବ।
ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜ ବକ୍ତବ୍ୟରେ ଯାଜପୁର ଜିଲ୍ଲାର କଳା ସଂସ୍କୃତି, ଭାସ୍କର୍ଯ୍ୟ କଳା, ସମୃଦ୍ଧ ସାହିତ୍ୟ, ସ୍ୱାଧୀନତା ସଂଗ୍ରାମରେ ଯାଜପୁରର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମନ୍ତ୍ରୀ କହିଥିଲେ ଯେ ବିହାରର ନାଳନ୍ଦା ଭଳି ଓଡ଼ିଶାର ଯାଜପୁରରେ ମଧ୍ୟ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଆବଶ୍ୟକତା ରହିଛି।
ଯାଜପୁର ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ିବା ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଚତୁର୍ଥ ସନ୍ଧ୍ୟାରେ ଢେମସା, ଗୋନ୍ଧଲ, ପଶୁ ମୁଖା ନୃତ୍ୟ, ଲବଣୀ ନୃତ୍ୟ, ଭଜନ, ଫ୍ୟୁଜନ ଡାନ୍ସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶେଷରେ ପ୍ରସିଦ୍ଧ ବଲିଉଡ୍ ଗାୟିକା ନିତି ମୋହନ ତାଙ୍କ ଆକର୍ଷଣୀୟ ନୃତ୍ୟ ଏବଂ ସଙ୍ଗୀତରେ ବହୁ ସମୟ ଧରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଏବଂ ସେମାନଙ୍କ ମନୋରଞ୍ଜନ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31